ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ । ପ୍ରବଳ ପବନ ସାଙ୍ଗକୁ ଉଚ୍ଚ ଉଚ୍ଚ ଜୁଆର ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ବିପଦଜନକ ପରିସ୍ଥିତି । ବିଶେଷକରି କାକିନାଡ଼ା ନିକଟସ୍ଥ ଉପ୍ପାଡ଼ା ବେଳାଭୂମି ଅଞ୍ଚଳରେ ସମୁଦ୍ରର ଶକ୍ତିଶାଳୀ ଢେଉ ମାଡ଼ରେ ଉପକୂଳ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତେବେ ବିଶାଖାପଟ୍ଟମ,  ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା,  ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ  ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ  ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି  ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି  ପଡ଼ିଛି । କଚା ଘର ଭାଙ୍ଗିଛି ।ଆଇଏମଡିର ପୂର୍ବାନୁମାନ କହୁଛି, ଆନ୍ଧ୍ରରେ  କୋପ ଦେଖାଇବା ପରେ ବାତ୍ୟା ପଶିବ  ଓଡ଼ିଶାକୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରି  ଭିତର ଦେଇ ମୁହାଁଇବ ଛତିଶଗଡ଼ ଆଡ଼କୁ ।  ବାତ୍ୟାର ବଳୟ ପାର୍ଶ୍ବରେ ଦକ୍ଷିଣ ଓଡ଼ିଶାର  ବିଭିନ୍ନ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କେତେକ  ଅଞ୍ଚଳ ବି ପଡ଼ିବ ।  ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ  ୬୦-୭୦ ପବନ ଏବଂ ଝଟକା ପବନ ୮୦  କିମି ପର୍ଯ୍ୟନ୍ତ ରହିପାରେ । ଦକ୍ଷିଣ, ଉପକୂଳ  ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇଦିନ ପ୍ରବଳରୁ ଅତି ପ୍ରବଳ  ବର୍ଷା ହୋଇପାରେ ।