ଦୀପାବଳିରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନସିଆର ବାସିନ୍ଦାଙ୍କ ପାଇଁ ଖବର । ନିର୍ଦ୍ଦିଷ୍ଟ ସର୍ତ୍ତ ସହ ଦୁଇ ଦିନ ପାଇଁ ପ୍ରମାଣିତ ଗ୍ରୀନ୍ କ୍ରାକର୍ସ ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।ନଭେମ୍ବର ୭ ଓ ୮ ତାରିଖରେ ଲୋକେ ଗ୍ରୀନ୍ କ୍ରାକର୍ସ ଫୁଟାଇ ଦୀପାବଳି ପାଳନ କରିପାରିବେ। ନଭେମ୍ବର ୯ ତାରିଖରୁ ଦିଲ୍ଲୀ- ଏନସିଆରରେ ପୁଣି ଥରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ। ପ୍ରଦୂଷଣ ନିୟନ୍ତ୍ରଣ ସହ ଲୋକଙ୍କ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଧ୍ୟାନରେ ରଖି ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି।ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ-NCRରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଦୀପାବଳି ସମୟରେ ସୀମିତ ଅବଧି ପାଇଁ ଅନୁମତି ଦେବା ନେଇ ବିଚାର କରିଥିଲେ।ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ-NCRରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଦୀପାବଳି ସମୟରେ ସୀମିତ ଅବଧି ପାଇଁ ଅନୁମତି ଦେବା ନେଇ ବିଚାର କରିଥିଲେ।