ସମାଜସେବୀ ବିଦ୍ୟାଧର ଲେଙ୍କାଙ୍କ ବିୟୋଗରେ ଶୋକ

ମାହାଙ୍ଗା -୨/୧୧ ମୂଳବସନ୍ତ ପଞ୍ଚାୟତର ଜଣାଶୁଣା ସମାଜସେବୀ, ସୁସଂଗଠକ,ଗୋପାଳପୁର ଗ୍ରାମର ୨0 ନମ୍ବର ୱାର୍ଡରୁ ୩ ଥର ନିର୍ବାଚିତ ୱାର୍ଡ ମେମ୍ବର,ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ୟାଧର ଲେଙ୍କାଙ୍କ ହୃଦଘାତରେ ପରଲୋକ ଘଟିଛି l
ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିବା ବେଳେ, ଗ୍ରାମ୍ୟ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା l ବଡପୁଅ ତପନ କୁମାର ଲେଙ୍କା ମୁଖାଗ୍ନି ପ୍ରଦାନ କରିଥିଲେ l ବିଦ୍ୟାଧରଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶବାଧାରରେ ସାମିଲ ହୋଇଥିଲେ l ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା କର, ପୂର୍ବତନ ସରପଞ୍ଚ ଲିଜାରାଣୀ ସାହୁ, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କୁମାର କର,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ,ଶିକ୍ଷାବିତ କୈଳାଶ ଚନ୍ଦ୍ର ବଳବନ୍ତରାୟ,ସମାଜସେବୀ ସରୋଜ କୁମାର ପରିଡା, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ସମବାୟସମିତି ସଭାପତି ଦୀପକ ଦାଶ,ପୂର୍ବତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ, ସମାଜସେବୀ ଅଖିଳେଶ ପଦ ମହାନ୍ତି,ପୂର୍ବତନ ସରପଞ୍ଚ ଅଭିନ୍ନ ଯେନା, ସମିତିସଭ୍ୟା ସଂଗୀତା ରାଉତରାୟ,ଉପେନ୍ଦ୍ରନାଥ ରଣା,ଅନିଲ ରାଉତରାୟ, ମଦନ ମୋହନ ଦାସ, ପର୍ଶୁରାମ ସାହୁ, ହରିହର ବିଶ୍ୱାଳ,ସଚିନ୍ଦ୍ର ବାରିକ, ସୀତାନାଥ ପରିଡା, ଉପେନ୍ଦ୍ର ସିଂ, ପରେଶ ବଳବନ୍ତରାୟ, ରଞ୍ଜନ ବଳବନ୍ତରାୟ,ଦିପୁ ଦାସ,ପଞ୍ଚାନନ ପଣ୍ଡା,ଅମିତାଭ ପଣ୍ଡା,କ୍ଷମାସାଗର ଦାସ, ତନ୍ମୟ ଦାସ, ସ୍ମୁତି ରଞ୍ଜନ ସିଂ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଗଭୀର ଶୋକବ୍ୟକ୍ତ ପୂର୍ବକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l
ବିଦ୍ୟାଧରଙ୍କ ଅନ୍ତିମ ଯାତ୍ରାରେ ବିମ୍ବାଧର ଲେଙ୍କା, ଧରଣୀଧର ଲେଙ୍କା, ରବୀନ୍ଦ୍ର ଲେଙ୍କା, ସୁରେନ୍ଦ୍ର ଲେଙ୍କା, ପୁରସ୍ତମ ଲେଙ୍କା, ଶ୍ୟାମସୁନ୍ଦର ଲେଙ୍କା,ଅରୁଣ କୁମାର ଲେଙ୍କା,ପ୍ରଦୀପ୍ତ ଲେଙ୍କା, ଅଜୟ ଲେଙ୍କା, ବିଜୟ ଲେଙ୍କା ପ୍ରମୁଖ ସାମିଲ ହୋଇ ତାଙ୍କ ପାର୍ଥିବ ଶରୀରକୁ ଦାହ ସତ୍କାର କରିବା ଦେଖିବାକୁ ମିଳିଥିଲା l