ପଣ୍ଡାରସିଂହା ଗ୍ରାମର ସୋମ୍ୟରଞ୍ଜନଙ୍କୁ ବିଜୁପଟ୍ଟନାୟକ ସାହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ , ଗାଁ ମାଟିରେ ସ୍ୱାଗତ କଲେ ଗ୍ରାମବାସୀ

ଗଣିଆ -( ବିଶ୍ୱରଂଜନ ସେଠି ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପଣ୍ଡାରସିଂହ ଗ୍ରାମର ସୌମ୍ୟରଞ୍ଜନ ରାଉତ ନିଜର ଅସାଧାରଣ ସାହସିକତା ଓ ନିର୍ଭୀକତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ **’ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ସୋମ୍ୟରଞ୍ଜନଙ୍କୁ ସ୍ୱରୂପମାନପତ୍ର, ଟ୍ରଫି ଏବଂ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।

ସୌମ୍ୟରଞ୍ଜନ ନିଜ ଜୀବନକୁ ଖାତିର ନକରି ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ଦେଖାଇଥିବା ସାହସିକ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଛି। ଏହି ସଫଳତା ଗଣିଆ ବ୍ଲକ ତଥା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଅନ୍ୟ ଯୁବକ ଓ ନାଗରିକମାନଙ୍କୁ ଆପଦକାଳୀନ ପରିସ୍ଥିତିରେ ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ।


ଅସହାୟ ଓ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ସଦାସର୍ବଦା ଆଗେଇ ଆସନ୍ତି। ତାଙ୍କର ଭଦ୍ରତା ଏବଂ ମିଳାପୀ ସ୍ୱଭାବ ପାଇଁ ଗଣିଆ ଓ ପଣ୍ଡାରସିଂହ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇବା ପରେ ସେ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଜଣେ ଆଦର୍ଶ ଓ ପ୍ରେରଣାର ଉତ୍ସ ପାଲଟିଛନ୍ତି।ସୌମ୍ୟରଞ୍ଜନଙ୍କ ଭଳି ବ୍ୟକ୍ତି ସମାଜରେ ନିଜ Agriculture ଉପରେ ଉଠି ଅନ୍ୟର ସେବା ଓ ରକ୍ଷା କରିବାର ନିଷ୍ଠାପର ଉଦାହରଣ ସୃଷ୍ଟି କରିଛନ୍ତି। ସୋମ୍ୟରଞ୍ଜନ ନିଜ ମାଟି ପଣ୍ଡାରାସିଂହାରେ ପହଁଚିଲା ପରେ ଗ୍ରାମବାସୀଙ୍କତରଫରୁ ଭବ୍ୟ ସ୍ୱାଗତ କରିବା ସହିତ ବାଜା ବାଣରେ ନିଜ ଘରକୁ ପାଛୋଟି ନେଇଥିଲେ ।