ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ ହାଉସ୍‌ ଇଣ୍ଡିଆ ସ୍ପଷ୍ଟ ଭାବେ ଖଣ୍ଡନ କରିଛି। ସମ୍ପାଦକୀୟ ପରିବର୍ତ୍ତନକୁ ଲେଖିକା ଗ୍ରହଣ ନ କରିବାରୁ ପ୍ରକାଶକ ବହି ପ୍ରକାଶନରୁ ଓହରି ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା, ତାହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ପେଙ୍ଗୁଇନ ଇଣ୍ଡିଆ ସ୍ପଷ୍ଟ କରିଛି ଯେ ସେମାନେ ଭାରତରେ ଏହି ପୁସ୍ତକର ପ୍ରକାଶକ ନୁହଁନ୍ତି ଏବଂ ଆଲୋଚନା ସମୟରେ ସେମାନେ ବହିଟି ପ୍ରକାଶ କରିବାକୁ ସର୍ବଦା ଆଗ୍ରହୀ ଥିଲେ। ସୂଚନାମୁତାବକ ସୋନିଆ ଗାନ୍ଧୀଙ୍କ ଏହି ପୁସ୍ତକ ୧୦ ନଭେମ୍ବର ୨୦୨୬ ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ଥିଲା। ଏହା ପ୍ରଥମେ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ର ଏକ ଶାଖା ଆମେରିକା-ସ୍ଥିତ ଆଲଫ୍ରେଡ୍ ଏ. ନପ୍ଫ ଦ୍ୱାରା ଘୋଷଣା କରାଯାଇଥିଲା। ନପ୍ଫ କହିଥିଲେ ଯେ ପୁସ୍ତକର ପ୍ରଥମ ମୁଦ୍ରଣ ୧ ଲକ୍ଷ କପି ହେବ। ସୋନିଆ ଗାନ୍ଧୀ ପୂର୍ବରୁ ଅନେକ ପୁସ୍ତକ ଲେଖିଛନ୍ତି ଏବଂ ପ୍ରକାଶ କରିଛନ୍ତି, କିନ୍ତୁ ଏହି ପୁସ୍ତକ ଉପରେ କାମ କରୁଥିବା ଲୋକମାନେ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ବ୍ୟକ୍ତିଗତ ଏବଂ ବିସ୍ତୃତ ସଂସ୍କରଣ। tebe ଏହି ଘଟଣାକୁ ନେଇ କଂଗ୍ରେସ ନେତାମାନେ ସରକାରୀ ଚାପ ଏବଂ ମତପ୍ରକାଶର ସ୍ବାଧୀନତା କ୍ଷୁନର୍ର୍ ହେଉଥିବା ଅଭିଯୋଗ ଆଣି କେନ୍ଦ୍ର ସରକାର ଓ ପ୍ରକାଶକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଏହାକୁ ‘ମତପ୍ରକାଶ ସ୍ବାଧୀନତାର ହତ୍ୟା’ ବୋଲି ଅଭିହିତ କରିଛନ୍ତି। ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପାଣ୍ଡୁଲିପିର ତଥ୍ୟ ଯାଞ୍ଚ କରିବା ଏବଂ ସମ୍ପାଦକୀୟ ପରାମର୍ଶ ଦେବା ହେଉଛି ପ୍ରକାଶନ ପ୍ରକ୍ରିୟାର ଏକ ସାଧାରଣ ଅଂଶ। ଲେଖକଙ୍କ ସହ ଗୋପନୀୟ ଆଲୋଚନା ସମ୍ପର୍କରେ ସଂସ୍ଥା ଅଧିକ କିଛି କହିବାକୁ ମନା କରିଦେଇଛି। ତେବେ ସଂସ୍ଥାର ଅନ୍ୟ ଏକ ପ୍ରକାଶନ ସଂସ୍ଥା ‘ଆଲ୍‌ଫ୍ରେଡ ଏ ନଫ୍‌’ ଜରିଆରେ ନଭେମ୍ବର ୧୦ରେ ଏହି ପୁସ୍ତକଟି ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।