ନୟାଗଡ଼ ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେବ ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ଏଥିସହ ନୟାଗଡ଼ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିସାରିଛି । ଖୁବ ଶୀଘ୍ର ଏହି ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।