କୁଜଙ୍ଗ ପୋଲିସ ଦ୍ୱାରା ଚୋରା ମଦ ଜବତ, ୩ ଗିରଫ

କୁଜଙ୍ଗ ତା 28/8ବିଶ୍ୱସ୍ତ ସୂଚନା ଆଧାରରେ ଏସ୍.ଆଇ ଆର୍.ଆର୍. ସାହୁ ଅନ୍ୟ ଥାନା କର୍ମଚାରୀଙ୍କ ସହ ଅଗପାଳ ଆଦର୍ଶ ସ୍କୁଲ ନିକଟରେ ଥିବା ବିନୟ କୁମାର ନାଥଙ୍କ ପୁଅ ଅଭୟ କୁମାର ନାଥଙ୍କ ପାନ ଦୋକାନ ଉପରେ ଚଢାଉ କରି ଦୋକାନରୁ ଏବଂ ତାଙ୍କ ଦୁଇ ପୁଅ ମଦ ବିକ୍ରୟ ପାଇଁ ବ୍ୟବହାର କରୁଥିବା ମୋଟର ସାଇକେଲ ଡାଲାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି।ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନଙ୍କ ଉପସ୍ଥିତିରେ ଦୋକାନକୁ ସିଲ୍ କରାଯାଇଛି।ଏ ନେଇ କୁଜଙ୍ଗ ଥାନା କେସ୍ ନଂ ୨୦୫/୨୭.୦୮.୨୦୨୬, ଧାରା ୧୧୧(୨)(ବି)(୩)(୪)/୬୧/୩(୫) BNS ସହ ୫୨(ଏ)(i) ଓଡିଶା ଅବକାରୀ ଆଇନରେ ମାମଲା ରୁଜୁ ହୋଇଛି।ଅଭିଯୁକ୍ତ ୧) ଅଭୟ କୁମାର ନାଥ (୪୮), ୨) ଜ୍ୟୋତି ରଞ୍ଜନ ନାଥ (୨୪), ୩) ରଶ୍ମି ରଞ୍ଜନ ନାଥ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡିଆ