ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କଲେ କନ୍ଧମାଳ ସାଂସଦ

ଗଣିଆ -(ବିଶ୍ୱରଂଜନ ସେଠି )କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନିଜ ସଂସଦୀୟ କ୍ଷେତ୍ର ଗଣିଆ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଅଞ୍ଚଳର ଜନସାଧାରଣଙ୍କ ସୁବିଧା, ଗମନାଗମନ, ଏବଂ ଭିତ୍ତିଭୂମିର ବିକାଶକୁ ଆଗକୁ ନେବା ପାଇଁ ଏହିସବୁ ପ୍ରକଳ୍ପ ହାତକୁ ନିଆଯାଇଛି। ଡଙ୍କାରିସାହି ମାର୍କେଟ କମ୍ପେସ ଗୃହ ନିର୍ମାଣ , ମାଳିସାହି ଅଙ୍ଗନବାଡି କେନ୍ଦ୍ରଗ୍ରୁହ ନିର୍ମାଣ ଓ କଲ୍ୟାଣ ମଣ୍ଡପ ଗୃହ ନିର୍ମାଣ, ଛାମୁଣ୍ଡିଆ ବନସୁରକ୍ଷା ସମିତି ଗୃହ ନିର୍ମାଣ, ଗୋପୀନାଥପୁର ବନସୁରକ୍ଷା ସମିତି ଗୃହ ନିର୍ମାଣ, ରାଇଗାଡ଼ିଆ କଲ୍ୟାଣ ମଣ୍ଡପ ଗୃହ ନିର୍ମାଣ , ଛାମୁଣ୍ଡିଆ ପ୍ରାଥମିକ କୃଷିସମବାୟ ସମିତି ପରିସରରେ ଧନ ସଂଗ୍ରହ କେନ୍ଦ୍ର, କନ୍ଧଜିଲିଣ୍ଡା ବନସୁରକ୍ଷା ସମିତି ଗୃହ ନିର୍ମାଣର ଶୁଭ ଉଦଘାଟନ କରିଥିଲେ । ଏଇ କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ କ୍ଷେତ୍ରୀୟ ପ୍ରତିନିଧି ଦେବି ପ୍ରସାଦ ଆଚାର୍ଯ୍ୟ , ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ଛାମୁଣ୍ଡିଆ ସରପଞ୍ଚ ଦିପ୍ତୀରେଖା ସେନାପତି,, ଆତ୍ମା କମିଟିର ଅଧକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର,

ଗଣିଆ ପ୍ରମୁଖ ଗିରିଧାରୀ ସେଠି, ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଉପାଧକ୍ଷ ବିଭୁତି ଭୂଷଣ ପଣ୍ଡା,, ନୟାଗଡ଼ ସମବାୟ ସମିତି ଉପନିବନ୍ଧକ ଅନନ୍ତ କୁମାର ନାୟକ, ଛାମୁଣ୍ଡିଆ ପ୍ରାଥମିକ କୃଷି ସମବାୟ ସମିତି ଭାରପ୍ରାପ୍ତ ପ୍ରଶାସକ ପ୍ରିୟଦର୍ଶନ ପ୍ରଧାନ , ଛାମୁଣ୍ଡିଆ ପ୍ରାଥମିକ କୃଷି ସମବାୟ ସମିତିର ଭାରପ୍ରାପ୍ତ ଜ୍ୟୋଷ୍ଣାରାଣୀ ସାହୁ, ମହିଳା ନେତ୍ରୀ ଶସ୍ମିତା ମିଶ୍ର ଓ ରାଞ୍ଜୁଲତା ପଣ୍ଡା ଉପସ୍ଥିତ ଥିଲେ ।​ଏହି ସମାରୋହଗୁଡ଼ିକରେ ସାଂସଦ ଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ସହିତ ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ।