ମାଛ ଧରିବା ହେଲା କାଳ,ଜାଲ ପକାଇବାକୁ ଯାଇ ମାଛ ଧରାଳି ନିଖୋଜ
ପୁରୀ:-01/09/2026 ମାଛ ଧରିବା ହେଲା କାଳ,ଜାଲ ପକାଇବାକୁ ଯାଇ ମାଛ ଧରାଳି ନିଖୋଜ। ଏଭଳି ଦୁଃଖ ଭରା ଦୃଶ୍ୟ ଦେଖିବାକୁ ମିଳିଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବରାଙ୍ଗ ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା। ନିଖୋଜ ଯୁବକ ଜଣକ ବରାଙ୍ଗ ଗ୍ରାମର ବିପିନ ସାହୁ। ସେ ପେସାଦାର ମତ୍ସ୍ୟଜୀବୀ ନୁହଁନ୍ତି, ଜଣେ ସାଧାରଣ ଯୁବକ।ବରାଙ୍ଗ ସେତୁ ନିକଟରେ ବହିଯାଉଛି ଭଉରିଆ ନଦୀର ଏକ ଜୋର। ଏହି ଜୋରଟି ସିଧା ନଦୀ ରେ ମିଶିଛି । ନଦୀର ଜୋରରେ ପ୍ରବଳ ସ୍ରୋତ ଓ ଘୂର୍ଣିବଳୟ ସୃଷ୍ଟି ହୋଇଥିଲା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବିପିନ ଘର ପାଖ ଜୋରକୁ ଏକ ଛୋଟ ଜାଲ ନେଇ ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିନଥିଲେ।ସୂଚନା ମୁତାବକ ବିପିନ ସାହୁ ଜାଲ ପକାଇବା ବେଳେ ହଠାତ୍ ଭାରସାମ୍ୟ ହରାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।ସନ୍ଧ୍ୟା ହୋଇଯାଇଥିବାରୁ ଆଖପାଖରେ କେହି ନଥିଲେ।ରାତି ୮ଟା ଯାଏଁ ଘରକୁ ନ ଫେରିବାରୁ ପରିବାର ଲୋକେ ନଦୀ କୂଳରେ ଯାଇ ଖୋଜିଥିଲେ ଜୋର କୂଳରେ। ସେମିତି କିଛି ମିଳିନଥିବା ବେଳେ ଦେଖି ସଙ୍ଗେ ସଙ୍ଗେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ରାତିରେ ସର୍ଚ୍ଚ ଲାଇଟ୍ ଲଗାଇ ବହୁ ଖୋଜାଖୋଜି କରିଥିଲା, ମାତ୍ର ଅନ୍ଧାର ଓ ପ୍ରବଳ ସ୍ରୋତ ଯୋଗୁଁ ଅପରେସନ ବନ୍ଦ କରିବାକୁ ଅଗ୍ନିଶମ ବିଭାଗ କୁ ପଡିଥିଲା।ଆଜି ସକାଳୁ ପୁଣି ଥରେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହଯୋଗରେ ସର୍ଚ୍ଚ ଅପରେସନ ଜାରି ରହିଛି। ଭଉରିଆ ଜୋର ଠାରୁ ନଦୀ ପର୍ଯ୍ୟନ୍ତ ଖୋଜା ଚାଲିଛି। ହେଲେ ଏ ପର୍ଯ୍ୟନ୍ତ ବିପିନଙ୍କ ପତ୍ତା ମିଳିନାହିଁ। ବରାଙ୍ଗ ଗ୍ରାମରେ ତାଙ୍କ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ନଦୀ କୂଳରେ ପରିବାର ଲୋକଙ୍କ କାନ୍ଦ ବୋବାଳି ପଡିଛି।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ