ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ସାଢ଼େ ୪୦ କୋଟି ଟଙ୍କା ମଞ୍ଜୁର
ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ମଞ୍ଜୁର କରାଯାଇଛି।। ଏହି ଅର୍ଥରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ ।ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏହି ଯୋଜନା ଅଧୀନରେ ଆଥି ର୍କ ସହାୟତା ପାଇଁ ଏସ୍ଟଏ ଦ୍ୱାରା ଦାଖଲ ହୋଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ ଇଭି ଚାର୍ଜିଂ ଷ୍ଟେସନ ଓ ଏଥିରେ ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍ ସ୍ଥାପନ କରାଯିବ । ଇଭି ଚାର୍ଜିଂ ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ ଦପ୍ତର ପରିସର, ପ୍ରମୁଖ ସଡ଼କ, ପାର୍କିଂ ସ୍ଥାନ, ରେଳଷ୍ଟେସନ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ପୁଲିସ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରସ୍ତାବିତ ସ୍ଥାନ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫୦୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ବୈଦ୍ୟୁତିକ ଯାନ ବ୍ୟବହାରକାରୀଙ୍କ ପାଇଁ ଏକ ବାଧାମୁକ୍ତ ଏବଂ ସୁଗମ ଚାର୍ଜିଂ ନେଟୱର୍କ ସୃଷ୍ଟି କରିବା ପାଇଁ ଏହି ଚାର୍ଜିଂ ଷ୍ଟେସନ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ, ଅଟଳ ବସ୍ଷ୍ଟାଣ୍ଡ, ଟ୍ରକ୍ ଟମି ର୍ନାଲ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ପରିବହନ ଭିତ୍ତିଭୂମିରେ ଯୋଜନା କରାଯାଇଛି । କେନ୍ଦ୍ର ସରକାରଙ୍କୁ ଏହି ସହାୟତା ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କୃତଜ୍ଞତା ଜଣାଇଛନ୍ତି ।