ସ୍ୱାଧୀନତା ଦିବସ ଅବସରରେ ଗୃହରକ୍ଷୀ ଙ୍କୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି – ତା 16.08(ନି ପ୍ର ) ନବରଙ୍ଗପୁର ଜିଲ୍ଲା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସଦର ନବରଙ୍ଗପୁର ଠାରେ ଆୟୋଜିତ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତଥା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି l ତେବେ ଆଜି ଚନ୍ଦାହାଣ୍ଡି ଥାନା ଅଧିନସ୍ଥ କାର୍ଯ୍ୟରତ ଗୃହରକ୍ଷୀ ଜୟରାମ ନେତାମଙ୍କୁ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ଆଣିଵା ନେଇ ତଥା କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳା ସହିତ କାର୍ଯ୍ୟ ସମ୍ପାଦନ,ସମୟାନୁବର୍ତ୍ତିତା, ଜନତାଙ୍କୁ ନିଷ୍ଠାପର ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାର୍ଥ କଶ୍ୟପ ସମ୍ମିଳିତ ଭାବେ ମାନପତ୍ର ପ୍ରଦାନ କରିଛନ୍ତି l ଶ୍ରୀ ନେତାମ ୨୦୧୦ ମସିହାରେ ଗୃହରକ୍ଷୀ ରୂପେ ଯୋଗଦେଇ ନିଜର ସେବା କାର୍ଯ୍ୟ ଆରମ୍ଭ କରିଥିଲେ ସେ ବର୍ତ୍ତମାନ ଚନ୍ଦାହାଣ୍ଡି ଥାନାରେ କାର୍ଯ୍ୟରତ ଅଛନ୍ତି l