୧୦୮ ଲିଟର ଦେଶୀ ମଦ ପାଉଚ ଜବତ ଘଟଣାରେଜଣଙ୍କୁ କୋର୍ଟ ଚାଲାଣ


ଗଣିଆ,(ବିଶ୍ୱରଂଜନ ସେଠି .) ନୟାଗଡ଼ ଜିଲା ଗଣିଆ ବ୍ଳକରେ ଦିନକୁ ଦିନ ଚୋରାମଦ ସାଙ୍ଗକୁ ଗଂଜେଇ ଓ ଧଳା ଜହର ବିକ୍ରୀ କରାଯାଉଥିବାର ଦେଖିବାକୁ ମିଳିଛି । ଚୋରା ଦେଶୀମଦ ନେଉଥିବା ଘଟଣାରେ ମଦ ଜବତ କରିବା ସହିତ ଜଣକୁ ଗଣିଆ ପୋଲିସ ଗିରଫ କରିବା ସହିତ ସୋମବାର କୋର୍ଟ ଚାଲାଣ କରିଛି । ମିଳିଥିବା ସୁଚନା ଅନୁସାରେ ରବିବାର ସନ୍ଧ୍ୟା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ଗଣିଆ ଥାନା ଏଏସଆଇ ସାହା ଆଲାମ ଖାଁ ବେଲପଡ଼ାପାଟଣା ପଂଚାୟତ ପାଖରେ ଥିବା ଧୋବା ସାହିର ସମୀର କୁମାର ସେଠୀଙ୍କ ଘର ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ୩ଗୋଟି ବସ୍ତାରେ ୧୦୮୦ଟି ପାଉଚ ଜବତ କରିଥିଲେ । ଯାହାର ଆନୁମାନିକ ପରିମାଣ ୧୦୮ ଲିଟର ହୋଇଥିବାବେଳେ ୨୭ହଜାର ଟଙ୍କରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସୁଚନା ଥାଉକି ଦୀର୍ଘଦିନ ଧରି ସମୀର ଦେବା ପାଉଚ ମଦ ଘରେ ରଖି ପେବାର କରୁଥବବା ସ୍ଥାନୀୟ ଅଂଚଳର ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିଲେ । ସମୀରକୁ ଗଣିଆ ଥାନାକୁ ଆଣି ଅଧିକ ପଚରା ଉଚୁରା ପରେ ୭୬/୨୬ ରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଫରୱାର୍ଡ଼ କରାଯାଇଛି ବୋଲି ଏଏସଆଇ ଶ୍ରୀଯୁକ୍ତ ଖାଁ କହିଛନ୍ତି ।