୧୫ ବର୍ଷର ଅପେକ୍ଷାର ଅନ୍ତ! ପୁଣି ଏକାଠି ଶାହରୁଖ ଓ କରୀନା

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ପରଦାରେ ଏକାଠି ନଜର ଆସିଛନ୍ତି ଶାହରୁଖ ଖାନ୍ ଓ କରୀନା କପୁର ଖାନ୍ । ଉଭୟଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ନୂଆ ଗୀତ ‘ଡ୍ୟାଡି କୁଲ୍’ ରିଲିଜ୍ ହୋଇଛି । ଆକ୍ସନ ଥ୍ରିଲର୍‌ ଫିଲ୍ମ ‘କିଙ୍ଗ’ ୨୪ ଡିସେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ସିନେମା ହଲ୍‌ରେ ରିଲିଜ ହେବ। ଖ୍ରୀଷ୍ଟମାସ୍‌ର ଠିକ ପୂର୍ବଦିନ ଏହା ପରଦାକୁ ଆସିବ। ଅନ୍ୟ ବଡ଼ ଫିଲ୍ମ ସହ ମୁକାବିଲା ହେବାର ସମ୍ଭାବନା ଥିଲେ ମଧ୍ୟ ରିଲିଜ ତାରିଖରେ ପରିବର୍ତ୍ତନ ହେବ ନାହିଁ ବୋଲି ଶାହରୁଖ ସ୍ପଷ୍ଟ କରିଥିବା ଖବର ରହିଛି।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମରେ ଶାହରୁଖ ଖାନ, ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଅନିଲ କପୁର, ରାଣୀ ମୁଖାର୍ଜୀ, ଜ୍ୟାକି ଶ୍ରଫ, ଅର୍ଶଦ ୱାର୍ସି ଭଳି କଳାକାର ଅଭିନୟ କରୁଛନ୍ତି।