‘Bhool Bhulaiyaa 3’ରେ ସାରାଙ୍କ ଏଣ୍ଟ୍ରି
ଗତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ଭୁଲ୍ ଭୁଲେୟାଁ-୨। ଆନିସ୍ ବାଜମିଙ୍କ ଫିଲ୍ମ ବକ୍ସ ଅଫିସରେ ଏକ ବମ୍ପର ହିଟ୍ କରିଥିଲା। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ୍ ଅକ୍ଷୟ କୁମାରଙ୍କ ବଦଳରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମୁଖ୍ୟ ଅଭିନେତ୍ରୀ ଭାବରେ କିଆରା ଆଡଭାନୀ ତାଙ୍କ ବିପକ୍ଷରେ ଥିଲେ । କିନ୍ତୁ ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଲ ଭୁଲୈୟା ୩’ରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲି ଖାଁ। ଉଭୟ ଖୁବ୍ଶୀଘ୍ର ଏହାର ଶୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହା ଜାଣିବା ପରେ, ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି ।
କିନ୍ତୁ କିଆରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ହେଉଛି ଯେ ଅଭିନେତ୍ରୀଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଛି । ରିପୋର୍ଟ ମୁତାବକ, ଭୂଷଣ କୁମାର ଏବଂ ଅନୀସ ବାଜମୀ ‘ଭୁଲ ଭୁଲୈୟା ୩’ର କାଷ୍ଟିଂ ଆରମ୍ଭ କରିଛନ୍ତି।ଏଣୁ ଫେବୃୟାରୀରୁ ଏହାର ଶୁଟିଂ ଆରମ୍ଭ କରିବା ଲାଗି ନିର୍ମାତାମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି।