27 ବର୍ଷର ରିସର୍ଚ୍ଚ ପରେ ମିଳିଲା ସଫଳତା । ୧୦ ହଜାର ଟଙ୍କାରେ ମିଳିବ କ୍ୟାନ୍ସର ଟିକା ! 

ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍‌ସର ଟିକା ପ୍ରସ୍ତୁତ କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ଏହା ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ ।ରାଜସ୍ଥାନ ଜୟପୁର ସ୍ଥିତ ମହାତ୍ମାଗାନ୍ଧୀ ମେଡିକାଲ କଲେଜକୁ ଡେଣ୍ଡ୍ରିଟିକ ସେଲ୍ ଟିକା ପ୍ରସ୍ତୁତ କରିବା ପାଇଁ ଡିସିଜିଆର ଅନୁମତି ମିଳିଛି । ଏହି ଟିକା ଦ୍ବାରା 5 ପ୍ରକାର କ୍ୟାନ୍ସର ଟିକାର ଚିକିତ୍ସା ସମ୍ଭବ ହୋଇପାରିବ ।ତେବେ ଏହି ଟିକା ଦେଶର ପ୍ରଥମ ସ୍ବଦେଶୀ ଟିକା ହେବ ବୋଲି କୁହାଯାଉଛି । ଆମେରିକାରେ କ୍ୟାନ୍ସର ଟିକାର ଦାମ୍ 25 ଲକ୍ଷ ରହିଥିବା ବେଳେ ଭାରତରେ ଏହାର ଦାମ୍ 10 ହଜାର ହେବ ବୋଲି ଆଶା କରାଯାଉଛି ।ଏହି ଟିକା ଉପରେ ଗବେଷଣା କରୁଥିବା ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସେସ ଆଣ୍ଡ ଟେକ୍ନୋଲୋଜିର ସେଣ୍ଟର ଫର୍‌ କ୍ୟାନ୍‌ସର ଇମ୍ୟୁନୋଥେରାପି ନିର୍ଦ୍ଦେଶକ ଡା. ଅନିଲ ସୁରୀ କହିଛନ୍ତି, ଏହି ‘ଡେଣ୍ଡ୍ରିଟିକ ସେଲ୍‌ ଭାକ୍ସିନ୍‌’ ଏକ ଇମ୍ୟୁନୋଥେରାପି ଆଧାରିତ ଟିକା ।

ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ କ୍ୟାନ୍‌ସର କୋଷିକାକୁ ଚିହ୍ନିବା ଏବଂ ନଷ୍ଟ କରିବା ଲାଗି ପ୍ରଭାବୀ କରିଥାଏ । ଏହି ଭଳିର ଟିକା ଦ୍ୱାରା ପିତ୍ତ କୋଷ, ମୁଣ୍ଡ ଓ ଗଳା ଏବଂ ଗର୍ଭାଶୟ କ୍ୟାନ୍‌ସରର ଚିକିତ୍ସା କରାଯାଇ ପାରିବ । ଏଥିରେ ପ୍ରଭାବୀ ଫଳ ମିଳିବା ଆଶା କରାଯାଉଛି । ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସେସରେ ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଥିବା ଡବ୍ଲ୍ୟୁସିଟିସିଆର୍‌ଆଇ-୨୦୨୫’ ସମ୍ମିଳନୀରେ ଏହି ଟିକା ବାବଦରେ ସୂଚନା ଦିଆଯାଇଛି ।

You might also like