Browsing Category

ଆଜିର ଖବର

 ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ।ଇରାନର ୧୦ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆମେରିକା

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ

ଚୌଦ୍ୱାର ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର: ଓଡ଼ିଆ ପକ୍ଷ ପାଳନରେ ମାନବତାର ଅନନ୍ୟ ଦୃଷ୍ଟାନ୍ତ ।।

ଚୌଦ୍ୱାର ଓଡ଼ିଆ ପକ୍ଷ ପାଳନର ଅବସରରେ ଚୌଦ୍ୱାର ମହାବିଦ୍ୟାଳୟରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇ ମାନବତାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ସୃଷ୍ଟି କରାଯାଇଛି। କଲେଜର ବିଜ୍ଞାନ ବିଭାଗ ଶିକ୍ଷାୟତନ କୋଠରୀ (Science Academic Block - IDP Building) ରେ ପୂର୍ବାହ୍ନ ୮ଟାରୁ ଆରମ୍ଭ

ଆସାମ, କେରଳ ଓ ପୁଡ଼ୁଚେରିରେ ପ୍ରଚାର ଶେଷ, ଗୁରୁବାର ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ

ଆସାମ, କେରଳ ଓ ପୁଡୁଚେରି ବଧାନସଭା ନିର୍ବାଚନ ପାଇଁ ଆଜି ଅପରାହ୍ଣ ୫ଟାରେ ପ୍ରଚାର ଶେଷ ହୋଇଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ଘୋଷଣା କରିଛନ୍ତି ଯେ, ଏପ୍ରିଲ୍ ୭ ତାରିଖ (ମଙ୍ଗଳବାର) ସନ୍ଧ୍ୟା ୫ଟାରୁ ରାଜ୍ୟରେ 'ସାଇଲେଣ୍ଟ ପିରିୟଡ୍' (Silent Period) ବା ନୀରବ ଅବଧି ଲାଗୁ ହେବ। ମତଦାନ

ଆଉ ୪ ସପ୍ତାହ  ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍

ଆଉ ୪ ସପ୍ତାହ ମିଳିବନି TRP । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍ ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ବ୍ରଡକାଷ୍ଟ ଆଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍ (BARC) କୁ ନିର୍ଦ୍ଦେଶ ଦେଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲମାନଙ୍କର TRPs ରିପୋର୍ଟିଂକୁ ତୁରନ୍ତ ୪

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ୩ ପ୍ରସଙ୍ଗ ନେଇ କରିଛନ୍ତ ଆଲୋଚନା । ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜମି ଅଧିଗ୍ରହଣ କେତେ ଦୂର ଆଗେଇଛି ତାର

କାଲିଠାରୁ ପୁଣି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତିମଣତି

କାଲିଠାରୁ ପୁଣି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତିମଣତି । କାଲିଠୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ଯାଏଁ ଗଣତି ହେବ । ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ହେବ । ବାହାର କାଠ ନିକଟରୁ ଦର୍ଶନ ହେବ । ପରବର୍ତ୍ତୀ ଗଣତି

ସାବଧାନ… ଫଳ ଭାବି ବିଷ ଖାଉ ନାହାନ୍ତି ତ

ତରଭୁଜ, ଆମ୍ବ, ଲିଚୁ ଆଦି ବିଭିନ୍ନ ପ୍ରକାର ଗ୍ରୀଷ୍ମକାଳୀନ ଫଳ ଖାଉଥିଲେ ସାବଧାନ | ଗ୍ରୀଷ୍ମକାଳୀନ ପାନୀୟ କିମ୍ବା ଫଳ ଖାଇବା ସ୍ବାସ୍ଥ୍ୟପ୍ରତି ନିରାପଦ ନୁହେଁ କାରଣ ଫଳ ପଚେଇବା ପାଇଁ ବ୍ୟବସାୟୀମାନେ ରାସାୟନିକ ପଦାର୍ଥ ଏବଂ ପାନୀୟରେ ବାସୀ ଏବଂ ସମୟସୀମା ସମାପ୍ତ ହୋଇ ଯାଇଥିବା ରାସାୟନିକ

 ବାଂଲାଦେଶ ସୀମାରେ ଅନୁପ୍ରବେଶକୁ ରୋକିବା ଲାଗି ସାପ ଏବଂ କୁମ୍ଭୀରଙ୍କୁ ବ୍ୟବହାର ଛାଡିପାରେ ଭାରତ

ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି।ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ୱେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି, ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା

ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । ଏହି ନୂଆ ଦର ୮ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ ।ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା ।ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ । ଭୌଗଳିକ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ କାର୍ଗୋ ଏୟାର ପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ