Browsing Category
ଆଜିର ଖବର
ଫେବ୍ରୁଆରୀ ୧୭ରେ ଦେଖାଯିବ ସୂର୍ଯ୍ୟପରାଗ
ପୃଥିବୀରେ ବହୁତ କମ୍ ଲୋକ ଫେବୃଆରୀ ୨୦୨୬ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟପରାଗ କୁ ଦେଖିପାରିବେ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ!-->…
ଏକତରଫା ପ୍ରେମ ପାଇଁ ନାବାଳିକାକୁ ହତ୍ୟା କରି ନିଜେ ବିଷ ପିଇଲା ଯୁବକ
ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର!-->…
ଧାନ ବଳିଲେ ଖୋଲା ବଜାରରେ ବିକ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା!-->…
ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ କି ହାଇଦ୍ରାବାଦ ଦୌଡ଼ିବେନି ଓଡ଼ିଶାବାସୀ। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର। ବରମୁଣ୍ଡା ବସ୍ ଟର୍ମିନାଲ୍ ବିଲ୍ଡିଂରେ ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟର ଜାଗା!-->…
ବଢ଼ିଲା ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ!-->…
ଧର୍ମଶାଳା ଗଣ୍ଡଗୋଳ: ‘ରାଜନୀତିକରଣ କରିବା ଆବଶ୍ୟକ ନାହିଁ- ଆଇନ ମନ୍ତ୍ରୀ
ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଛି ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ!-->…
ଝିଅକୁ ବଳି ପାଇଁ ମା’ର ଉଦ୍ୟମ: ଉଦ୍ଧାର କଲା ପୁଲିସ
ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି!-->…
କ୍ରିକେଟ ଓ ଫୁଟବଲ୍ ଇତିହାସରେ ବିରଳ ମୁହୂର୍ତ୍ତ! ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକର
କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଲିଓନେଲ ମେସି!-->…
ହଠାତ୍ ମୃତ୍ୟୁ କରୋନା ଟୀକାର କାରଣ ନୁହେଁ ।ଗବେଷଣାରୁ ମିଳିଲା ଆଶ୍ଵସ୍ତିକର ଖବର
ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ସ୍ଥାନରେ ବିତର୍କ ହୋଇଛି । କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି । AIIMS ଦିଲ୍ଲୀର ପ୍ରଫେସର!-->…
ପୁଣି ସାମ୍ନାକୁ ଆସିଲା ପୋଷାକରେ ଥିବା ମହାପ୍ରଭୁଙ୍କର ପ୍ରତିଛବି
ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ!-->…
ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼
ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ!-->…
କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ୍
ମହାଙ୍ଗା ପଡ଼ିଲା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ। କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।
!-->!-->…