Browsing Category

ଆଜିର ଖବର

୫୩ତମ ଶତକ ହାସଲ କଲେ ବିରାଟ

ରାଞ୍ଚି ପରେ ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି ।

ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ,ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ସ୍ଥାନୀୟ ଚାହିଦା ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଲାଭ ଆଦାୟ ଯୋଗୁଁ ଟଙ୍କାର ହ୍ରାସ ଘଟିଛି।

ଆସିଲା +୨ ପରୀକ୍ଷା ତାରିଖ; ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ

ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି

୭ ହଜାର କୋଟି ବିଦ୍ୟୁତ ବିଲ ବାକି: ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଦ୍ୟୁତ ବିଲ ବାକି ପଡିଛି ପ୍ରାୟ ୭ ହଜାର କୋଟି ଟଙ୍କା । ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେ ଉତ୍ତର ରଖି କହିଛନ୍ତି, ମୋଟ ୬ ହଜାର ୯୫୬ କଟି ୯୩ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡିଛି । ସାଧାରଣ ଗ୍ରାହକଙ୍କ ଉପରେ ୬ ହଜାର ୫୫୮ କଟି ଟଙ୍କା ବିଲ

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ

ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ

ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଦେଇ କହିଛନ୍ତି ଯେ ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା । ୨ ବର୍ଷରେ ୩ ଲକ୍ଷ ୧୨ ହଜାର ୩୨୬ ଚଢାଉ ହୋଇଛି । ୧୦ ହଜାର ୭୫୬

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି ।ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି।

ଜଙ୍ଗଲ ନିଆଁ ରୋକିବାକୁ ଏଆଇର ବ୍ୟବହାର: ମନ୍ତ୍ରୀ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଯଁରେ କ୍ଷତିଗ୍ରସ୍ତ ହୋଇଛି । ଗତ ୨

ସିଲଭର ସିଟି କଟକକୁ ଧରିଲାଣି କ୍ରିକେଟ ଫିବର ।ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ମନା

ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସୁରକ୍ଷା ବ୍ୟବସ୍ଥାରେ ମୋଟ ୪୦ ପ୍ଲାଟୁନ୍ ଫୋର୍ସ

ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିଜ୍ଞାନରେ ୧ ଲକ୍ଷ ୬ ହଜାର ୩୪୪ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ କଳାରେ ୨ ଲକ୍ଷ ୩୯ ହଜାର ୫୬୧ ଓ

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସେ ଭୁଲ ସ୍ବୀକାର କରିଛନ୍ତି। ଏହା ସହିତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଉକ୍ତ ବିବାଦୀୟ ପଡକାଷ୍ଟ ଭିଡିଓକୁ

ରାଜନୀତିର ରୋଚକ କଥା ! ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ‘ସୋନିଆ ଗାନ୍ଧୀ’

କେରଳର ଇଡୁକ୍କି ଜିଲ୍ଲାର ମୁନ୍ନାର ପଞ୍ଚାୟତ ନିର୍ବାଚନରେ ଏଥର ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ନାଁ ରାଜ୍ୟ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଏହି ନାଁ ହେଉଛି ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କର । କେରଳର ସ୍ଥାନୀୟ