ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା। କୁଇଜ ରେ ସୁବ୍ରତ ଓ ଚିତ୍ରାଙ୍କନ ରେ ପ୍ରିୟଙ୍କା ପ୍ରଥମ

ଗଣିଆ – (ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକ ସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ରବିବାର ଦିନ ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିକୂଳ ପାଗ ସତ୍ବେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗଣିଆ ବ୍ଲକ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୩୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ୨୩ ଜଣ ଓ ଚିତ୍ରାଙ୍କନ ରେ ୧୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କିଶୋର ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭ମ ଶ୍ରେଣୀ ଚ୍ଛାତ୍ରୀ ପ୍ରିୟଙ୍କା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨ ୟ ସ୍ଥାନରେ କିଶୋର ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭ମ ଶ୍ରେଣୀ ଛାତ୍ରୀ ଯଜ୍ଞ୍ୟାସେନୀ ସାମଲ ଓ ୩ ୟ ସ୍ଥାନରେ ଗଣିଆ ପି ଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟପୀଠ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ର ଜ୍ଞାନ ରଞ୍ଜନ ନାୟକ ଥିବା ଜଣାପଡିଛି।

ସେହିପରି ବକୃତା ପ୍ରତିଯୋଗିତାରେ ପି ଏମ ଶ୍ରୀ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟଳର ୧୦ ମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ନାୟକ ପ୍ରଥମ ,୧୦ମ ଶ୍ରେଣୀର ଛାତ୍ରୀ ଆଦ୍ୟା ଉପାସନା ସାହୁ ୨ ୟ ସ୍ଥାନ ଓ ୧୦ ମ ଶ୍ରେଣୀର ଛାତ୍ର ଆଦିତ୍ୟ ନାରାୟଣ ସାହୁ ୩ ୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ବାବଦରେ ଅର୍ଥରାଶି ସହ ପ୍ରମାଣପତ୍ର ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ରଘୁନାଥ ଜୀୟୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ଅଖିଳ କୁମାର ହୋତା, ବିଶିଷ୍ଟ ଅତିଥି ଭାବେ ଡ଼ ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟ ର ଅଧକ୍ଷ ମଳୟ କୁମାର ପଣ୍ଡା ଯୋଗ ଦେଇଥିଲେ l ସମ୍ମାନିତ ବିଚାରକ ଭାବେ ବନମାଳୀ ବାରିକ ଉଚ୍ଚ ବିଦ୍ୟାଳୟ ର ଇତିହାସ ବିଭଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ, ପି ଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ର ଶିକ୍ଷକ ବିକାଶ ଚନ୍ଦ୍ର ଘଡ଼େଇ, ଶିକ୍ଷୟିତ୍ରୀ କୌଶଲ୍ୟା ନାୟକ ଯୋଗ ଦେଇଥିଲେ l କର୍ଯ୍ୟକ୍ରମ ରେ ଗଣିଆ ପି ଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ ସଭାପତିତ୍ବ କରିଥିଲେ କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଗଣିଆ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲିପ୍ସା ନନ୍ଦ ଓ ସି ଆର ସି ସି ବିନୋଦିନୀ ପଣ୍ଡା ସହଯୋଗ କରିବା ସହ ଶିକ୍ଷକ ମହେଶ୍ୱର ପ୍ରଧାନ, ଶୋଭନ କୁମାର ପଣ୍ଡା, ସୁନୀଲ କୁମାର ସାହୁ, ସତ୍ୟଭାମା ସେନାପତି, ଲିଜା ପ୍ରଧାନ, ବିକାଶ ରଂଜନ ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ ।ଗଣିଆ ବ୍ଲକ ସମାଜ ପ୍ରତିନିଧି ବ୍ରଜ ବନ୍ଧୁ ଦେହୁରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅବସରରେ ଅତିଥି ମାନେ ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ l