ଅଲିମ୍ପିକ ମେଡାଲ ବିଜେତା ଇମାନ ଖଲିପ୍ ପୁରୁଷ ହୋଇଥିବା ସ୍ପଷ୍ଟ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ସାମ୍ନାକୁ ଆସିଥିବା ଡାକ୍ତରୀ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିଛି | ଯେଉଁଥିରେ କୁହାଯାଇଛି ଯେ ଇମାନଙ୍କ ଶରୀରରେ ରହିଛି ଅନେକ ପୁରୁଷ ଅଙ୍ଗ ।

ରିପୋର୍ଟ ଅନୁଯାୟୀ ଖଲିଫାଙ୍କ ଶରୀରରେ ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ ଅଛି, ଯାହା ୫-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଏ । କହିବାକୁ ଗଲେ ଅଲିମ୍ପିକ୍ସ ସମୟରେ ଇମାନ ଖଲିଫଙ୍କ ବିପକ୍ଷରେ ଖେଳିଥିବା ଅନେକ ମହିଳା ବକ୍ସର ପରୋକ୍ଷରେ ଇଙ୍ଗିତ କରିଥିଲେ କି, ଇମାନଙ୍କ ଶରୀରରେ XY କ୍ରୋମୋଜୋମ୍ ଅଛି । ପ୍ୟାରିସର କ୍ରେମଲିନ୍-ବିକ୍ରେଟ୍ ହସ୍ପିଟାଲ୍ ଏବଂ ଆଲଜେର୍ସର ମହମ୍ମଦ ଲାମିନ ଦେବଗିନ୍ ହସ୍ପିଟାଲର ବିଶେଷଜ୍ଞମାନେ ୨୦୨୩ ରିପୋର୍ଟରେ ଅନେକ ଖୁଲାସା କରିଥିଲେ । ରିପୋର୍ଟରେ ଇମାନଙ୍କ ଜୈବିକ ଗୁଣ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଆଭ୍ୟନ୍ତରୀଣ ଅଣ୍ଡକୋଷର ଅସ୍ତିତ୍ୱ ଏବଂ ଗର୍ଭାଶୟର ଅଭାବ ରହିଛି। ଏହା ବ୍ୟତୀତ ରିଡକ୍ସର ରିପୋର୍ଟ ଅନୁଯାୟୀ, ଏକ ଏମଆରଆଇରେ ଇମାନଙ୍କ ମାଇକ୍ରୋପେନିସର ଉପସ୍ଥିତି ବିଷୟରେ ପ୍ରକାଶ କରିଛି। ରିପୋର୍ଟ ଆସିବା ପରେ ଇମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବା ମଜାଦାର ହେବ।

You might also like