ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଭାରତ ହାତମୁଠାରେ ଚେନ୍ନାଇ ଟେଷ୍ଟ।ଦ୍ଵିତୀୟ ଇନିଂସରେ ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୫୧୫ ରନର ବିଜୟ ଲକ୍ଷ୍ୟ ଦେଇଛି।ଭାରତ ପାଇଁ ଶୁଭମନ ଗିଲ ୧୭୬ ବଲରେ ୧୧୯ ରନରେ ୧୦ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ରହିଥିଲେ। ୨୨ଟି ରନ ସ୍କୋର କରିବା ପରେ କେ.ଏଲ ରାହୁଲ ଅପରାଜିତ ରହିଛନ୍ତି। ରିଷଭ ପନ୍ତ ୧୦୯ ରନ ସଂଗ୍ରହ କରିଥିଲେ। ଚତୁର୍ଥ ଉଇକେଟ ପାଇଁ ପନ୍ତ ଏବଂ ଗିଲ ୧୬୭ ରନର ଭାଗିଦାରୀ କରିଥିଲେ। ଏହା ପୂର୍ବରୁ ଆଜି ଭାରତ ଦ୍ଵିତୀୟ ଇନିଂସରେ ୨୮୭/୪ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଦ୍ଵିତୀୟ ଦିନରେ ଅପରାଜିତ ଶୁଭମନ ଗି୍ଲ ଓ ଋଷଭ ପନ୍ତ ତୃତୀୟ ଦିନରେ ଦମଦାର ବ୍ୟାଟିଂ କରିଥିଲେ। ପନ୍ତ ଆଜି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଥିଲେ।ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ରବିଚନ୍ଦ୍ରନ ଅଶ୍ଵିନ ୧୧୩ ରନ, ଜାଡ଼େଜା ୮୬ ଓ ଜୟସ୍ଵାଲ ୫୬ ରନ କରିଥିଲେ। ଜବାବରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୯ ରନରେ ଅଲଆଉଟ୍ ହୋଇଥିଲା।