ଉଗ୍ର ରୂପ ନେଲାଣି ‘ମାରବର୍ଗ’ ଭାଇରସ୍, ତାଞ୍ଜାନିଆରେ ୮ ମୃତ୍ୟୁ
କରୋନା ଭାଇରସ୍ ଆସିଥିଲା ଯେ, ଏବେ ଯାଏଁ ଏହାର ନାଁ ଶୁଣିଲେ ଡର ଲାଗୁଛି। ଏବେ ଆଉ ଏକ ଭୟଙ୍କର ଭାଇରସ ଡରାଇବାକୁ ଆରମ୍ଭ କଲାଣି। ତାଞ୍ଜାନିଆରେ ୮ ଜଣଙ୍କ ମୃତ୍ୟୁ ପରେ ସତର୍କ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) । ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ଆକ୍ରାନ୍ତ ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଥିବା WHO କହିଛି ।ତେବେ ମାରବର୍ଗ ରୋଗରେ ପୀଡ଼ିତ ୮୮ ପ୍ରତିଶତ ଲୋକଙ୍କ ପାଇଁ ଏହା ଘାତକ ହୋଇପାରେ ।
ଏହାର ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଝାଡ଼ା, ବାନ୍ତି ଏବଂ କେତେକ କ୍ଷେତ୍ରରେ ଅତ୍ୟଧିକ ରକ୍ତ କ୍ଷୟ ହେତୁ ମୃତ୍ୟୁ ମଧ୍ୟ ହୋଇଥାଏ । ବର୍ତ୍ତମାନ ମାରବର୍ଗ ପାଇଁ କୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ତାଞ୍ଜାନିଆର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତରଫରୁ ଏ ନେଇ କୌଣସି ବିବୃତ୍ତି ଦିଆଯାଇ ନାହିଁ ।ସେପଟେ ଚୀନର HMPV ଭାଇରସ୍ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇଦେଇଛି । କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି ଏହି ରୋଗ । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ ।