ଚୀନକୁ ପୁଣି ଫେରିଲା ନୂଆ କରୋନା ଭାଇରସ୍ । 

ଚୀନକୁ ପୁଣି ଫେରିଲା ନୂଆ କରୋନା ଭାଇରସ୍ । ବାଦୁଡ଼ି ଠାରେ ଠାବ ହୋଇଛି ନୂଆ ଭାଇରସ୍ HKU5-COV-2 । ଚୀନର ବ୍ୟାଟ ଓମ୍ୟାନ ଭାବେ ଜଣାଶୁଣା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ବାଦୁଡ଼ି ଦେହରେ ନୂଆ ଭାଇରସ ଠାବ କରିଛନ୍ତି । ପୂର୍ବ ମହାମାରୀର କାରଣ ସାଜିଥିବା SARS-CoV-2 ଭାଇରସ ସହ ଏହାର ସାମାଞ୍ଜସ୍ୟ ରହିଛି ।ଚାଇନାର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ। ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ।ତେବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ସମୟରେ ବାଦୁଡ଼ି ଠାରୁ ଉତ୍ପତ୍ତି ହୋଇଥିବା ଚର୍ଚ୍ଚା ହୋଇଥିଲା ।ପରେ ଚୀନର ଉହାନ ଲ୍ୟାବରୁ ଭାଇରସ୍ ଲିକ୍ ହୋଇଥିବା ସଂଦେହ କରାଯାଇଥିଲା । ଯାହାର ସିଦ୍ଧାନ୍ତ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ ।

You might also like