ଟେନିସରୁ ଅବସର ଘୋଷଣା କଲେ ରାଫେଲ

ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ସେ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍‌ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ। ଏହାପରେ ସେ ଆଉ ଦେଶ ପାଇଁ ଟେନିସ ଖେଳୁଥିବାର କେହି ଦେଖିବାକୁ ପାଇବେ ନାହିଁ।୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି।ଆହତ ସମସ୍ୟା ଯୋଗୁ ନାଡାଲ ଗତ ମାସରେ ଲାଭେର କପ ୨୦୨୪ରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଇଥିଲେ। ସମ୍ଭବତଃ ଏହା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବାର ଥିଲା। ପ୍ୟାରିସ ଅଲିମ୍ପିକ୍ସ ପରେ ନାଡାଲ କହିଥିଲେ ଯେ ଲାଭେର କପରେ ସେ ନଜର ଆସିବେ।