ହତ୍ୟା କେସ୍‌ରେ ଜେଲ୍ ଯିବା ଭୟରେ ସନ୍ନ୍ୟାସ ନେଲେ ଶାକିବ ? 

ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।ବଂଲାଦେଶରେ ଛାତ୍ର ଆନ୍ଦୋଳନ ଅନେକ ମାସ ପର୍ଯ୍ୟନ୍ତ ଚାଲିଲା।ଏହି ସମୟରେ ବ୍ୟାପକ ହିଂସା ଘଟିଥିଲା। ପରିସ୍ଥିତି ଏମିତି ଉପୁଜିଥିଲା ଯେ, ବାଧ୍ୟ ହୋଇ ଶେଖ ସହିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ପଡ଼ିଥିଲା। ଦେଶରେ ବିକ୍ଷୋଭ ପ୍ରଦର୍ଶନ ବିକରାଳ ରୂପ ନେଇ ସାରିଥିଲା। ଏହା ମଧ୍ୟରେ ରଫିପୁଲ ଇସ୍ଲାମ ନାମକ ଜଣେ ବ୍ୟକ୍ତି ନିଜ ପୁଅ ରୁବେଲଙ୍କ ହତ୍ୟାରେ ଶାକିବ ଅଲ ହସନଙ୍କ ସମେତ ୧୫୬ ଲୋକଙ୍କ ନାଁ ନେଇଥିଲେ, ଯାହାକୁ ନେଇ ଅଡ଼ୁଆରେ ପଡ଼ିଥିଲେ ଶାକିବ। ଚେନ୍ନାଇ ଟେଷ୍ଟ ଶାକିବ ଅଲ ହାସନଙ୍କ ପାଇଁ ନିରାଶାଜନକ ଥିଲା। ଏହି ଟେଷ୍ଟରେ ଶାକିବ ଅଲ ହାସନ କୌଣସି ଉଇକେଟ ନେଇପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୩୨ଜ ରନ ଏବଂ ଦ୍ୱିତୀୟ ଇନିଂସରେ ୨୫ ରନ ସ୍କୋର କରିଥିଲେ। ଏହା ପରେ ଶାକିବ ଅଲ ହାସନଙ୍କ ଫିଟନେସ ଉପରେ ଅନେକ ପ୍ରଶ୍ନ ଉଠିଥିଲା।