ICC ଦିନିକିଆ କ୍ରିକେଟର ଅଫ୍ ଦି ଇୟର 2024ରେ ସମ୍ମାନିତ ହେଲେ ସ୍ମୃତି ମନ୍ଦାନା
ଭାରତୀୟ ଦଳର ତାରକା ବୋଲର ଜସପ୍ରୀତ ବୁମ୍ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଆଖ୍ୟା ଅର୍ଜନ କରିଛନ୍ତି। ବୁମ୍ରାଙ୍କ ବ୍ୟତୀତ ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍, ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଏହି ପୁରସ୍କାର ଦୌଡ଼ରେ ଥିଲେ, କିନ୍ତୁ ବୁମ୍ରା ସମସ୍ତଙ୍କୁ ପଛରେ ପକାଇ ପୁରସ୍କାର ହାତେଇଛନ୍ତି। ସେହିଭଳି ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପାଇଁ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଛି । ମନ୍ଦାନା ନିଜର କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୮ରେ ସେ ଏହି ପୁରସ୍ଖାରରେ ସମ୍ମାନିତ ହୋଇଥିଲେ ।
