୩୬ ବର୍ଷରେ ପାଦ ଥାପିଲେ କ୍ରିକେଟ ଜଗତର କିଙ୍ଗ

କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ମଧ୍ୟବିତ୍ତ ପରିବାରରୁ ଆସି ପୂରା ବିଶ୍ୱରେ ନାଁ କମାଇ ପାରିଥିବା ନାଁ ହେଉଛି ବିରାଟ ।ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ କରିସାରିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ ମାନଙ୍କ ଶୁଭେଛାର ସୁଅ ଛୁଟୁଛି ।

ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ । ଏହି ଗୋଟିଏ ଦଶନ୍ଧିରେ ସେ କୋହଲିରୁ ପାଲଟିଥିଲେ କିଙ୍ଗ କୋହଲି ।

You might also like