ଆଠଗଡ ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କ ବନ୍ଧୁ ମିଳନ ।

ଆଠଗଡ଼ ୨୫/୦୧ ( ମାନସ ରଞ୍ଜନ ସାହୁ)। ଆଠଗଡ଼ ତିଗିରିଆ, ଖୁଣ୍ଟୁଣୀ ଅଂଚଳ ଖବରକାଗଜର ସାମ୍ବାଦିକ, ବୈଦ୍ୟୁତିକ ସାମ୍ବାଦିକ ଓ ଖବର କାଗଜ ବିକ୍ରେତା ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଅଛି। ଆଠଗଡ଼ ବିରକେଶରପୁର ସ୍ଥିତ ମା ବାହାଣ୍ଟା ଠାକୁରାଣୀଙ୍କ ପୀଠରେ ଆଠଗଡ଼ ସାମ୍ବାଦିକ ସଂଘର ଉପସଭାପତି ବିଷ୍ଣୁ ପ୍ରସାଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ମୂଖ୍ୟ ଅତିଥିଭାବେ ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ସୁଶ୍ରୀ ସାସ୍ୱତୀ ପାଢ଼ୀ ଯୋଗ ଦେଇ ଜଣେ ସାମ୍ବାଦିକ କେତେ ଯେ କଷ୍ଟ ସାଧନ କରି ନିଜର ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ସମସ୍ୟା କୁ ଲୋକଲୋଚନାକୁ ଆଣିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାନ୍ତି ।ତାହା ଏକ କଷ୍ଟ ସାଧ୍ୟ କାର୍ଯ୍ୟ, ଆଉ ଏହି ଖବର କାଗଜକୁ ଖବର କାଗଜ ବିକ୍ରେତା ମାନେ ସକାଳୁ ଶୀତ କାକରରେ ଖବର କାଗଜ ପାଠକ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ପହଞ୍ଚାଇବାର ଲାଗି ପଡ଼ିଥାନ୍ତି।ଆଉ ଏ ହେଉଛି ସାମ୍ବାଦିକ ଓ ଖବର କାଗଜ ବିକ୍ରେତାଙ୍କ ଜୀବନ ଚର୍ଯ୍ୟା, ଚତୃର୍ଥ ସ୍ତମ୍ବର କାହାଣୀ, ଆଠଗଡ଼ ସାମ୍ବାଦିକ ସଂଘର ସମ୍ପାଦକ ବିଭୁତି ଭୂଷଣ ଖଟୁଆଙ୍କ ଆବାହକଙ୍କ ସଂଯୋଜନାରେ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ପଣ୍ଡା, ମହେଶ ଦାସ, ଅଶୋକ କୁମାର ପ୍ରଧାନ, ମନୋରଞ୍ଜନ ମହାପାତ୍ର, ଚନ୍ଦ୍ରକାନ୍ତ ମିଶ୍ର, ପତିତପାବନ ରାଉତ, ସଞ୍ଜୟ କୁମାର ମହାନ୍ତି, କଟକ ଜିଲ୍ଲା ଯୁବ ସାମ୍ବାଦିକ ପ୍ରଦୀପ କୁମାର ନାୟକ, ଆଠଗଡ଼ର ଯୁବ ସାମ୍ବାଦିକ ସ୍ୱରାଜ ପଣ୍ଡା, ମାନସ ରଞ୍ଜନ ସାହୁ, ମହେଶ୍ୱର ବେହେରା, ସାମ୍ବାଦିକ ମାନଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋକ ପାତ କରିଥିଲେ ବର୍ଷ ତମାମ ସମସ୍ତଙ୍କ ର ସମସ୍ୟା କୁ ପ୍ରଶାସନ ଓ ଲୋକଲୋଚନକୁ ଆଣୁଥିବା ବେଳେ ନିଜର ଦୁଃଖ ଓ ସମସ୍ୟାର ସମାଧାନ କରିବାର ଗୁହାରି ଶୁଣିବାକୁ କେହି ନାହାଁନ୍ତି। ନା ଅଛି ସାମ୍ବାଦିକ ସୁରକ୍ଷା ଆଇନ ନା ଅଛି ଅବସରକାଳୀ ଭତ୍ତା ନା ଅଛି ସାମ୍ବାଦିକ ଗଣନା, ନା ଅଛି ସ୍ୱତନ୍ତ ଗୃହ କିଛି ନାହିଁ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ତିଗିରିଆର ବରିଷ୍ଠ ସାମ୍ବାଦିକ ରାଧା ମୋହନ ମହାପାତ୍ର, ଯୁବ ବୈଦ୍ୟୁତିକ ସାମ୍ବାଦିକ ବିଶ୍ୱଜିତ ରାଉତ ଙ୍କ ସହିତ ବରିଷ୍ଠ ଖବରକାଗଜ କିକ୍ରେତା ପର୍ଶୁରାମ ଭକ୍ତା ଓ ଲାଲମୋହ ସିଂହ ଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା। ଖବରକାଗଜ ବିକ୍ରେତା ମାନଙ୍କ ମଧ୍ୟରେ ଶୁଭ ନାରାୟଣ ମହାପାତ୍ର, ଶ୍ରୀଧର ସେଠି, ଶ୍ରୀଧର ମହାପାତ୍ର, ଶୁଶାନ୍ତ କୁମାର ପରିଡା, ସତ୍ୟନାରାୟଣ ମହାପାତ୍ର, ସୁରେଶ ଚନ୍ଦ୍ର ବାରିକ, ପ୍ରମେୟ କଟକର ଆସିଷ୍ଟାଣ୍ଟ ଏଜୁକ୍କ୍ୟୁଟିଭ ମୋତିଲାଲ ସିଂହ ପ୍ରମୁଖ ଉପସ୍ଥିତ ଥିବା ବେଳେ ତିଗିରିଆ ଯୁବ ସାମ୍ବାଦିକ ଚନ୍ଦ୍ର ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।