ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି

ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି।ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ପରେ ଅଭିନେତା ପ୍ରଥମ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯାହାକୁ ଖୁବ୍‌ ଲାଇକ୍‌ ଏବଂ ସେୟାର କରାଯାଇଛି ।

ବିଜୟଙ୍କ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଫଲୋ କରିଛନ୍ତି। ଅଭିନେତା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଧଳା ଟି-ସାର୍ଟ ଏବଂ କଳା ସାର୍ଟରେ ନଜର ଆସିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ‘ହେଲୋ ଫ୍ରେଣ୍ଡସ୍’ । ବର୍ତ୍ତମାନ ତାଙ୍କର ୩ ମିଲିୟନକୁ ବୃଦ୍ଧି ପାଇଛି। ପ୍ରଶଂସକମାନେ ମନ୍ତବ୍ୟ ବିଭାଗରେ ବିଜୟଙ୍କୁ ସ୍ୱାଗତ କରୁଛନ୍ତି ଏବଂ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି।

You might also like