“ଶୀଘ୍ର ଅନଶନ ଶେଷ କରନ୍ତୁ” – ସୋନମ ୱାଙ୍ଗଚୁକଙ୍କୁ ଆମିର ଖାନଙ୍କ ବାର୍ତ୍ତା
ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ ଶୀଘ୍ର ନିଜ ଅନଶନ ଶେଷ କରିବେ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ । ଅନ୍ୟପଟେ, ‘୩ ଇଡିଅଟ୍ସ’ ଫିଲ୍ମରେ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିବା ବଲିଉଡ ସୁପରଷ୍ଟାର ଆମିର ଖାନ ଏହି ସମାଜସେବୀଙ୍କ ବିଷୟରେ କିଛି ନ କହିବାରୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଥିଲେ। ଶେଷରେ ଆମିର ଖାନ ଏହା ଉପରେ ନିଜର ନୀରବତା ଭାଙ୍ଗିଛନ୍ତି, ଏହା ସହିତ ସେ ଏହି କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ‘୩ ଇଡିଅଟ୍ସ’ରେ ତାଙ୍କ ଚରିତ୍ର ‘ର଼୍ୟାଞ୍ଚୋ’ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ ନଥିଲା।ଆମିର କହିଛନ୍ତି, ସୋନମ ୱାଙ୍ଗଚୁକ ସମାଜ ପାଇଁ ଯେଉଁ କାମ କରୁଛନ୍ତି, ତାହା ପ୍ରଶଂସନୀୟ । କିନ୍ତୁ ତାଙ୍କ କାମକୁ ସମ୍ମାନ ଦେବା ପାଇଁ ‘3 Idiots’ର ରାଞ୍ଚୋ ଚରିତ୍ର ତାଙ୍କ ଉପରେ ଆଧାରିତ ବୋଲି କହିବା ଠିକ୍ ନୁହେଁ । ସେ କେବଳ ସଠିକ୍ ସୂଚନା ଦେବା ପାଇଁ ଏହି କଥା ସ୍ପଷ୍ଟ କରିଥିବା କରିଛନ୍ତି ।