ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ : କୃଷ୍ଣଚନ୍ଦ୍ର ପାତ୍ର
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ରାଜ୍ୟରେ ରନ୍ଧନ ଗ୍ୟାସ୍ (ଏଲ୍ ପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ (ଏଲ୍. ପି. ଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଏଲ୍. ପି.ଜି ବିତରକ ଓ ରିଟେଲ୍ ଆଉଟ୍ ଲେଟକୁ ବିତରଣ ପ୍ରକିୟା ଓ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଖାଉଟିମାନେ ଯେପରି ରନ୍ଧନ ଗ୍ୟାସ , ପେଟ୍ରୋଲ, ଡିଜେଲ ଯୋଗାଣ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ସଜାଗ ରହିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଖାଉଟିମାନଙ୍କ ସୁବିଧା ନିମନ୍ତେ ପଦକ୍ଷେପ ନେବା ସହ ଜିଲ୍ଲାପାଳମାନେ ପ୍ରତିଦିନ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବଜାରରେ ଏଲ୍ ପି ଜି କଳାବଜାରୀ ରୋକିବାକୁ ଚଢ଼ଉ ପାଇଁ ବିଭାଗୀୟ ଅଧିକାରୀ ନିଯୋଜିତ ଅଛନ୍ତି ଏବଂ କଳାବଜାରୀର ଖବର ମିଳିଲେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି ଯେ ରାଜ୍ୟରେ ଦୈନିକ ଆବଶ୍ୟକ ପଡୁଥିବା ରନ୍ଧନ ଗ୍ୟାସ୍ ଏବଂ ଏହାର ଉପଲବ୍ଧତା ନେଇ ଆଶ୍ୟକୀୟ ତଥ୍ୟ ରହିବ ।ଏ ନେଇ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଦୈନିକ ତଥ୍ୟ ଦେବେ ।