ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା ; ଡିଇଓ, ବିଇଓ ଗିରଫ

ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲାରେ ଗୁରୁବାର ଏକ ବଡ ଘଟଣା ସାମ୍ନାକୁ ଆସିଛି।ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୁଲିସ। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ନେଇ ହୋଇଥିଲା ଅଭିଯୋଗ।ମହିଳା ସିଆରସିସିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉଭୟ ଅଧିକାରୀଙ୍କୁ ପୁଲିସ ଗତ କାଲିଠାରୁ ଅଟକ ରଖି ପଚାରଉଚୁରା କରୁଥିଲା।ବରଗଡ଼ ଜିଲାରେ ଶିକ୍ଷା ବିଭାଗର ବିଭିନ୍ନ ଦୁର୍ନୀତି ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଜିଲା ପ୍ରଶାସନ ପାଖରେ ହୋଇଥିଲା। ଏନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ବରଗଡ଼ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଡକାଇ ପଚରା ଉଚୁରା କରିଥିଲା। ପୁଲିସ ଏକା ସାଙ୍ଗରେ ଅନେକ ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ବିଜ୍ଞାନ ମେଳା, ବେଞ୍ଚ, ଡେସ୍କ ଓ କମ୍ପ୍ୟୁଟର କିଣା ଆଦି ଘଟଣାକୁ ନେଇ ଶିକ୍ଷା ବିଭାଗ ପୂର୍ବରୁ ଚର୍ଚ୍ଚାରେ ଥିଲା। ପୂର୍ବତନ ଜିଲା ଶିକ୍ଷାଧିକାରୀ ବିଜ୍ଞାନ ନିରୀକ୍ଷକଙ୍କ ନଁାରେ ଏହିସବୁ ଅଭିଯୋଗ ଆସିଥିଲା।