ନେତାଙ୍କୁ ଅଶିକ୍ଷିତ କହି ଫସିଲେ ଅଭିନେତ୍ରୀ କାଜଲ
ବିବାଦରେ ବଲିଉଡ୍ ଅଭିନେତ୍ରୀ କାଜୋଲ। ଅଶିକ୍ଷିତ ନେତା କହି ଫସିଲେ ହିରୋଇନ୍। ଇଣ୍ଟର୍ନେଟ୍ରେ କଡ଼ା ବିବାଦ। ନେପୋ କିଡ୍, ଗୁଟ୍କା ପ୍ରଚାରକର ପତ୍ନୀ ଓ ସ୍କୁଲ୍ ଡ୍ରପ୍ଆଉଟ୍ କହି ସମାଲୋଚନା କଲେ ନେଟିଜେନ୍ସ।ଆମର ଏଠାରେ ରାଜନେତା ଅଛନ୍ତି, ଯାହାର କୌଣସି ଶିକ୍ଷାଗତ ପୃଷ୍ଠଭୂମି ନାହିଁ। ମୁଁ ଦୁଃଖିତ କିନ୍ତୁ ମୋତେ ଖୋଲାଖୋଲି ଭାବେ କହିବାକୁ ପଡିବ। ଆମକୁ ନେତାମାନେ ଶାସନ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସେହି ଦୂରଦୃଷ୍ଟି ନାହିଁ । ଶିକ୍ଷା ଆପଣଙ୍କ ପାଇଁ ବିଭିନ୍ନ ଦୃଷ୍ଟିକୋଣ ଦେଖିବା ସମ୍ଭବ କରେ।
କାଜଲଙ୍କର ଏହି ପ୍ରତିକ୍ରିୟା ଏବେ ଇଣ୍ଟର୍ନେଟ୍ରେ ନିଆଁ ଲଗାଇଛି। କିବା ନେତା ଓ ଜନତା କାଜଲ୍ଙ୍କୁ ରୋକ୍ଠୋକ୍ ଶୁଣାଉଛନ୍ତି। ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କାଜଲଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି “କାଜଲ କହିଛନ୍ତି ଯେ ସେହି ନେତାମାନଙ୍କ ଦ୍ୱାରା ଶାସିତ ହେଉଛି ଯେମାନେ ଅଶିକ୍ଷିତ ଏବଂ ସେମାନଙ୍କର ଦୂରଦୃଷ୍ଟି ନାହିଁ।
ତେବେ ତାଙ୍କର ଏ କଥାରେ କେହି ନାରାଜ ନୁହଁନ୍ତି। କାରଣ ତାଙ୍କ କଥା ଯେ ସତ ଏକଥା କେହି ମାନିବେନି। ଏମିତିରେ ସେ କାହାର ନାଁ ବି ନେଇ ନାହାନ୍ତି। ତେବେ ସବୁ ଭକ୍ତ କିନ୍ତୁ ନାରାଜ। ଦୟାକୀର ନିଜର ସମ୍ପୂର୍ଣ୍ଣ ରାଜନୀତି ବିଜ୍ଞାନର ଜ୍ଞାନ ନଷ୍ଟ କର ନାହିଁ।”ତାଙ୍କର ଆସନ୍ତା ଶୋ ‘ଦି ଟ୍ରାୟଲ୍ର ପ୍ରମୋସନ’ ପାଇଁ ସେ ଇଣ୍ଟରଭ୍ୟୁ ଦେଉଥିବା ବେଳେ ଏଭଳି ବିବାଦକୁ ଟାଣି ଆଣିଛନ୍ତି କାଜଲ।
