ପୂଜ୍ୟ ଶିକ୍ଷକଙ୍କ ଅନ୍ତିମ ଯାତ୍ରା ରେ ଭାବପୂର୍ଣ୍ଣ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ।।
କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।” ଶ୍ରୀମଦ୍ ଭାଗବତ ରେ ମଧ୍ୟ ଉଲ୍ଲେଖ ଅଛି ” ମତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରେଇ ।।” ମୃତ୍ୟୁ ହିଁ ଧ୍ରୁବ ସତ୍ୟ !! ଯାତ୍ରା ସମସ୍ତ ଙ୍କ ଜୀବନରେ ଆସେ ମାତ୍ର ମହାଯାତ୍ରା ସେହି କତ୍ତିପୟ ମହାନ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଆସେ ! ଯେପରି ଅନ୍ତିମ ଯାତ୍ରା ରେ କଟକ- ଚୌଦ୍ବାର ମୁନସିପାଲ୍ ହାଇସ୍କୁଲ ର ପୂର୍ବତନ ଶିକ୍ଷକ ନିରଞ୍ଜନ କରଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି।। ସ୍ବର୍ଗତ କର ସାର୍ ଏକାଧାରରେ ଜଣେ ସ୍ନେହୀ, ସ୍ବାଭିମାନୀ , ସୁମିଷ୍ଠଭାଷୀ ,ସମାଜସେବୀ, ଆଧ୍ୟାତ୍ମିକବାଦୀ ,ଆମାୟିକ , ଦରଦୀ ହୃଦୟ ଥିବା ବ୍ୟକ୍ତି ଥିଲେ ।। ତାଙ୍କର ଗୁଣାତ୍ମକ ଶିକ୍ଷାଦାନରେ ଶହ ଶହ ଛାତ୍ରଛାତ୍ରୀ ମାନଙ୍କ ର ଉଜ୍ବଳ ଭବିଷ୍ୟତ ଗଢାହୋଇ ସମାଜରେ ଅନେକ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିଛନ୍ତି।।ସ୍ବର୍ଗତ କରଙ୍କ ପ୍ରଚେଷ୍ଠାରେ ଚୌଦ୍ବାର ବଧି ଠାରେ ମାଆ କାଳୀ ମନ୍ଦିର ସମେତ ଆଖପାଖ ଅଞ୍ଚଳରେ ଅନେକ ଧର୍ମ ପୀଠ ଓ ମନ୍ଦିର ର ଉନ୍ନତି ପାଇଁ ସେ ସର୍ବଦା ପ୍ରୟାସ ଜାରି ରଖିଥିଲେ ।।ଚୌଦ୍ବାର ଯାଜଭୈରବ ନୂଆଗାଁ ସ୍ଥିତ ବାସଭବନରେ ତାଙ୍କର ପରଲୋକରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ପୂର୍ବତନ ପ୍ରଧାନ ଶିକ୍ଷକ ଭାବଗତ ରାଉତ , ଚୌଦ୍ବାର ପୌରପରିଷଦର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ସମେତ ଓ ଶହ ଶହ ଛାତ୍ରଛାତ୍ରୀ ବ୍ୟକ୍ତି ବିଶେଷ ସ୍ବର୍ଗତ କର ଙ୍କ ଅନ୍ତିମ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅନ୍ତିମ ଯାତ୍ରା ରେ ମୁନସିପାଲ୍ ହାଇସ୍କୁଲ ର ୧୯୮୬ ମସିହା ଗୋଲଡେନ୍ ବ୍ୟାଚ୍ ର ପୁରାତନ ଛାତ୍ର ପ୍ରତାପ ସାହୁ, ରଘୁନାଥ ବେହେରା, ଏହେଶାନ୍ ଶାହା , ନୀଳାଞ୍ଚଳ ପଟ୍ଟନାୟକ, ନିରଞ୍ଜନ ସାହୁଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରି ପୂଜ୍ୟ ପୂର୍ବତନ ଶିକ୍ଷକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ସ୍ବର୍ଗତ କର ସାର୍ ଙ୍କ ଶେଷଯାତ୍ରାରେ ଶତାଧିକ ବ୍ୟକ୍ତି ବିଶେଷ ଶୋକାକୁଳ ପରିବେଶ ରେ ଅନ୍ତିମ ବିଦାୟ ଦେଇଥିଲେ।। ତାଙ୍କ ପୁତ୍ର ବିବୁନା କର ମୁଖାଅଗ୍ନି ଦେଇଥିଲେ ।

ପୁରାତନ ଛାତ୍ର ବିଭୁଦତ୍ତ ଷଢ଼ଙ୍ଗୀ ସ୍ବର୍ଗତ କର ସାର୍ ଙ୍କ ମହାନ ପବିତ୍ର ଅମ୍ଳାନ ଅମୃତ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଭକ୍ତି ଓ ଭାବ ପୂର୍ଣ୍ଣ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।।କଟକ ଚୌଦ୍ବାର ରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ Hr TV ଓଡିଆ ।।
