ଚର୍ଚ୍ଚାରେ ପୁଣି ବାଲେଶ୍ୱର FM କଲେଜ୍,ଛାତ୍ରୀଙ୍କୁ WhatsAppରେ ଅଶ୍ଲୀଳ ମେସେଜ୍

ପୁଣି ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍ । ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ପ୍ରେମ ନିବେଦନ କରୁଛନ୍ତି ଜଣେ ଛାତ୍ରୀଙ୍କୁ।ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ।ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର WhatsApp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। କେବଳ ଏତିକି ନୁହେଁ କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବ୍ୟାକ୍ ଲଗାଇ ଦିଆ ଯାଉଥିବା ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।ଏବେବି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ମନରୁ ଲିଭି ନଥିବାବେଳେ ପୁଣି ଥରେ ବାଲେଶ୍ୱର ଏଫ ଏମ କଲେଜର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯାହା ପରେ ଛାତ୍ର ଛାତ୍ରୀ ସେହି କଲେଜରେ କେତେ ସୁରକ୍ଷିତ ତାକୁ ନେଇ ଉଠୁଛି ପ୍ରଶ୍ନ।