ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ଦିନ

ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ ।ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି), ଆମ ସେବା କେନ୍ଦ୍ର (ଏଏସ୍‌କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି । ତେବେ ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି), ଆମ ସେବା କେନ୍ଦ୍ର (ଏଏସ୍‌କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି ।