ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। 

ଲୋକପ୍ରିୟ ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଇଡି ସମନ ଜାରି କରିଛି। ପ୍ରଣବ ଜୁଏଲର୍ସର ସହ ଜଡ଼ିତ ୧୦୦ କୋଟିର ପୋଞ୍ଜି ସ୍କିମ୍‌ ମାମଲାରେ ଇଡି ଏହି ସମନ ଜାରି କରାଯାଇଛି ।ସୂଚନାଯୋଗ୍ୟ, ତ୍ରିଚି ଭିତ୍ତିକ ଭାଗିଦାରୀ ସଂସ୍ଥା ପ୍ରୋନଜି ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସଂପର୍କରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଭିନେତା ପ୍ରକାଶ ରାଜଙ୍କୁ ଡକାଇଛି। ଇଡି ପ୍ରଣବ ଜୁଏଲର୍ସ ବିରୋଧରେ ପିଏମଏଲଏ ଅନୁଯାୟୀ କେସ୍‌ ରୁଜୁ କରିଛି। ଏହି ଏଫଆଇଆରରେ କୁହାଯାଇଛି ଯେ, ପ୍ରଣବ ଜୁଏଲର୍ସ ଲୋକଙ୍କୁ ମୋଟା ଅଙ୍କର ରିଟର୍ଣ୍ଣ ଦେବାକୁ ପ୍ରତିଶ୍ରୁତି ଦେଇ ପ୍ରାୟ ୧୦୦ କୋଟି ଟଙ୍କା, ସୁନା ପୋଞ୍ଜି ସ୍କିମ୍‌ରେ ନିବେଶ କରାଇଥିଲା। ହେଲେ ପରେ ନିଜର ପ୍ରତିଶ୍ରୁତ ପାଳନ ନକରି ତାମିଲନାଡୁରେ ଏହାର ସବୁ ଶୋରୁମ ରାତା-ରାତି ବନ୍ଦ କରିଦେଇଥିଲା। ଏହି ସ୍କିମ୍‌ରେ ୧ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ନିବେଶ କରିଥିଲେ ଗ୍ରାହକ।

ଅଭିଯୋଗ ହୋଇଥିବା ପୋଞ୍ଜି ଯୋଜନା ଚଳାଇଥିବା ଅଭିଯୋଗରେ ସୋମବାର ଇଡି କମ୍ପାନୀ ଉପରେ ଚଢାଉ କରିଥିଲା।ବୁଧବାର ଜାରି କରାଯାଇଥିବା ଏକ ବିବୃତ୍ତିରେ ଇଡି କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଜୁଏଲର୍ସ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ସୁନା ଅଳଙ୍କାର କିଣିବା ଉଦ୍ଦେଶ୍ୟରେ ନକଲି ବିଜ୍ଞାପନ ରେ ସାର୍ବଜନିକ ଧନକୁ ନକଲି ସଂସ୍ଥା / ପ୍ରବେଶ ପ୍ରଦାନକାରୀଙ୍କୁ ସରକାରୀ ପାଣ୍ଠି ହସ୍ତାନ୍ତର କରି ଜନସାଧାରଣଙ୍କୁ ପ୍ରତାରଣା କରିଛନ୍ତି।ବୁଧବାର ଇଡି ସର୍ଚ୍ଚରୁ ୨୩ ଲକ୍ଷ ୭୦ ହଜାର ଟଙ୍କାର ବେନାମୀ ନେଣଦେଣର ତଥ୍ୟ ପାଇଥିଲା। ଏହି ରେଡ୍‌ରେ ୧୧ କେଜି ୬୦ ଗ୍ରାମ ସୁନା ଗହଣା ମଧ୍ୟ ଜବତ କରିଥିଲା। ସୂଚନାଥାଉକି, ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ ମଧ୍ୟ ଅଭିନେତା ବିବାଦୀୟ ପୋଷ୍ଟ କରି ବେଶ୍‌ ଚର୍ଚ୍ଚାରେ ଥିଲେ।

Leave a comment