ଭାରତୀୟ ଜନତା ପାଟି ପକ୍ଷରୁ ସାରଦା ମଣ୍ଡପ ଠାରେ 47ତମ ସ୍ଥାପନ ଦିବସ ଅନୁଷ୍ଠିତ )
ଜଗତସିଂହପୁର ସାରଦା ମଣ୍ଡପ ଠାରେ ଭାରତୀୟ ଜନତା ପାଟି ର 47ତମ ସ୍ଥାପନା ଦିବସ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ହଜାର ହଜାର ଦଳୀୟ କର୍ମୀ ମାନଙ୍କ ଗହଣରେ ଦଳୀୟ ପତାକା ଉତୋଳନ କରିଥିଲେ |ଏହା ପରେ ସାରଦା ମଣ୍ଡପ ପରିସରରେ ଭାରତୀୟ ଜନତା ପାଟି ର ପ୍ରତିଷ୍ଠାତା ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଜଗନ୍ନାଥ ଦାସ ଙ୍କ ସଭାପତିତ୍ୱ ରେ ବିଧାୟକ ଅମରେନ୍ଦ୍ର ଦାସ, ଭାରତୀୟ ମଜଦୂର ସଂଘ ଜ଼ିଲ୍ଲାସଭାନେତ୍ରୀ ଯୋଗମାୟା ନନ୍ଦ, ସମାଜସେବୀ ଶ୍ରୀକାନ୍ତ ଚୌଧୁରୀ, ସୁଶାନ୍ତ ରଞ୍ଜନ ସ୍ୱାଇଁ, ଜଗତସିଂହପୁର ବ୍ଲକ ପୂର୍ବତନ ଅଧକ୍ଷ୍ୟ ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଭାରତୀୟ ଜନତା ପାଟିର ନିତି ଆଦର୍ଶ, ଜନ କଲ୍ୟାଣକାରି ଯୋଜନା ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିଧାନସଭା ମଣ୍ଡଳୀର ହଜାର ହଜାର ଦଳୀୟ କର୍ମୀ ଓ କର୍ମକର୍ତା ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ