ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କାକୁ ବୃଦ୍ଧି

ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।