ମରଣଯନ୍ତା ପାଲଟିଛି ଗଣିଆ-କଳାପାଟ ରାସ୍ତା ଜୁନ୧୦ ତାରିଖ ସୁଦ୍ଧା ରାସ୍ତା ମରାମତି ନହେଲେ ଆନ୍ଦୋଳନଜୁନ ୧୨ତାରିଖରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଗଣିଆ -(ବିଶ୍ୱରଂଜନ ସେଠି ) ଦୀର୍ଘବର୍ଷ ଧରି ଗଣିଆ-କଳାପାଟ ରାସ୍ତା ମରଣଯନ୍ତା ପାଲଟିଛି । ଯାହାକୁ ନେଇ ଅଂଚଳବାସୀ ଦୀର୍ଘଦିନଧରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ତିନିଥର ଜିଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲା । ଗଣିଆ-ଦଶପଲା ମୁଖ୍ୟ ରାସ୍ତାର ଗଣିଆ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ ମଧ୍ୟ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଗଣିଆ-କଳାପାଟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତ ବିଭାଗକୁ ପରିବର୍ତନ କରିବା ନେଇ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ଉଭୟ ବିଭାଗ ମଧ୍ୟରେ ପରସ୍ପରକୁ କାଦୁଅ ଫୋପାଡ଼ିବା ନୀତିରେ ସାଧାରଣ ଜନତା ପେଷି ହୋଇଯାଉଛନ୍ତି । ଗତ ମାସ ୨୫ତାରିଖ ଜିଲାପାଳଙ୍କ ଜନଶୁଣାଣୀରେ ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ଓ ରାସଙ୍ଗ ପଂଚାୟତର ୧୦୦ରୁ ଉଦ୍ଦ୍ୱର୍ ଜନସାଧାରଣ ଗଣିଆ-କଳାପାଟ ରାସ୍ତା ସଂପର୍କିତ ଦାବୀପତ୍ର ଦେବା ସହିତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଗତ ଦିନରେ ଜିଲାପାଳଙ୍କ ପ୍ରତିଶୃତିରେ ରାସ୍ତାକାର୍ଯ୍ୟ ହୋଇପାରିନଥିବାରୁ ପୁନର୍ବାର ତାଙ୍କର ପ୍ରତିଶୃତିକୁ ନଶୁଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପଂହଚି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ହୃଦୟଙ୍ଗମ କରିଥିବାବେଳେ ଏଥିପାଇଁ ଏକ ୭ଜଣିଆ କମିଟିଙ୍କ ସହିତ ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଭୁବନେଶ୍ୱର ଯିବାକୁ ସଭାପତି କହିଥିଲେ । ଏପରିକି ୧୫ଦିନ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ପ୍ରତିଶୃତି ଦେବାର ୮ଦିନ ବିତି ଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସଂପର୍କିତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ମଙ୍ଗଳବାର ଗଣିଆ ବ୍ଳକ ଅର୍ନ୍ତଗତ କାଦୁଆ ଗ୍ରାମର ମା ମହାମାୟୀଙ୍କ ପୀଠରେ ରାସଙ୍ଗ, ଛାମୁଣ୍ଡିଆ ପଂଚାୟତର ୧୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ବସି ଗଣିଆ-କଳାପାଟ ରାସ୍ତା ସଂପର୍କିତ ଆଲୋଚନା କରିଥିଲେ । ବିଜେପି ମଣ୍ଡଳ ସଭାପତିଙ୍କ ପ୍ରତିଶୃତି ମୁତାବକ ଆସନ୍ତା ୧୦ ତାରିଖକୁ ୧୫ ଦିନ ପୁର୍ଣ୍ଣ ହେଉଥିବାବେଳେ ୧୦ତାରିଖ ସୁଦ୍ଧା ଯଦି ରାସ୍ତା କାର୍ଯ୍ରରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ୧୨ ତାରିଖରେ ଗଣିଆ ବ୍ଳକ ସମ୍ମୁଖରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ିସିଲିଙ୍ଗା ପଂଚାୟତ ଜନସାଧାରଣଙ୍କ ତରଫରୁ ରାସ୍ତା ରୋକ କରାଯିବ ବୋଲି ଆଲୋଚନା କରି ଧାର୍ଯ୍ୟ କରାଯାଇଥିଲା । ଉକ୍ତ ବୈଠକରେ ରାସଙ୍ଗ ପଂଚାୟତର ଦୁର୍ଯ୍ୟୋଧନ ସାହୁ, ପିତବାସ ସ୍ୱାଇଁ, ଚର୍ତୁଭୁଜ ରାଉତ, ପ୍ରଫୁଲ ମହାନ୍ତି, ଜୟଦେବ ମହାନ୍ତି, ଦୁର୍ଯ୍ୟୋଧନ ମହାନ୍ତି, ଶୋଭନ ମହାଖୁଡ଼, କୁଳମଣି ରାଉତ, ଛାୁମଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁଙ୍କ ସମେତ ତିନିଗୋଟି ପଂଚାୟତର ୧୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ । ଏଥିରେ ସେ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବାବେଳେ ଏହାର ନକଲ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର, ରାଜ୍ୟପାଳ, ପୁର୍ତବିଭାଗ ମନ୍ତ୍ରୀ ଓ ସଚିବ, ସାଂସଦ କନ୍ଧମାଳ, ବିଧାୟକ, ଦଶପଲା, ନିର୍ବାହୀ ଯନ୍ତ୍ରୀ, ପୁର୍ତବିଭାଗ, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ପୁର୍ତ ବିଭାଗ, ଖୋର୍ଦ୍ଧା, ଏସଡିଓ, ପୁର୍ତ ବିଭାଗ, ଆରକ୍ଷୀ ଅଧିକ୍ଷକ, ନୟାଗଡ଼, ତହସିଲଦାର, ଗଣିଆ, ବିଡିଓ, ଗଣିଆ, ଗଣିଆ ଥାନା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ପ୍ରେରଣ କରିଛନ୍ତି ବୋଲି ଛାମୁଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁ କହିଛନ୍ତି ।