ଜୟପାଟଣା ଥାନାରେ କାର୍ଯ୍ୟରତ ହୋମ ଗାର୍ଡ ନିଲମ୍ବିତ*
କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ବିଭାଗରେ ଦେଖିବାକୁ ମିଳିଛି ଏକା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । ଜୟପାଟଣା ଥାନାର ହୋମ ଗାର୍ଡ ପବିତ୍ର ମୋହନ ନାଏକ ଙ୍କୁ ଅନିଦ୍ଧିର୍ଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି କଳାହାଣ୍ଡି ଏସ. ପି. ନାଗରାଜ ଦେବରକୋଣ୍ଡା । ଅଭିଯୋଗ ଅନୁସାରେ ପବିତ୍ର ମୋହନ ନିଜ ପଦବୀର ଅପବ୍ୟବହାର କରି ସ୍ଥାନୀୟ ଅଞ୍ଚଳରେ ବେଆଇନ ବଟି ଆଦାୟ କରୁଥିଲେ । ମଦ ବେପାରୀ ସଟ୍ଟା ଓ ଜୁଆ ଅଡ୍ଡା ର ମାଲିକ ଏବଂ ଗଞ୍ଜେଇ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରଖି ଆଇନ ର ଭୟ ଦେଖାଇ ସେ ପ୍ରବଳ ଅର୍ଥ ଲୁଟୁଥିବା ନେଇ ଉଚ୍ଚ ପଦାଧିକାରୀ ଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେ ଜୟପାଟଣା ଅଞ୍ଚଳର ସ୍ଥାନୀୟ ବାସିନ୍ଦା ହୋଇ ଥିବା ଯୋଗୁଁ ବେଆଇନ ବ୍ୟବସାୟୀଙ୍କ ଦଲାଲ ସାଜି ନିଜର ସାମ୍ରାଜ୍ୟ ଚଲାଉଥିଲେ । ଅତିରିକ୍ତ ଏସ. ପି.ଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ହୋମ ଗାର୍ଡ ପବିତ୍ର ମୋହନଙ୍କ ନିଲମ୍ବନ ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଜଣେ ସାଧାରଣ ହୋମ ଗାର୍ଡ ପାହ୍ୟାରେ ଥାଇ ସେ ଏତେ ବିପୁଳ ସମ୍ପତି ଆଦାୟ କଲେ କେମିତି ? ଆଉ ଏ ବେଆଇନ ବଟିରୁ ଆଦାୟ ହୋଇଥିବା ମୋଟା ଅଙ୍କର ଟଙ୍କା କେବଳ ପବିତ୍ରଙ୍କ ପକେଟ କୁ ଯାଉଥିଲା,ନା ଏଥିରେ ପୋଲିସ ବିଭାଗର ଆଉ କେଉଁ ବଡ଼ ବାବୁ ମାନଙ୍କର ଭାଗ ରହୁଥିଲା ତାହା ସାଧାରଣରେ ଦାବି ହଉଛି, କେବଳ ନିଲମ୍ବନ ନୁହେଁ ବରଂ ଏହି ସାମ୍ରାଜ୍ୟ ପଛର ପ୍ରକୃତ ସତ୍ୟ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ର ଆବଶ୍ୟକ ରହିଛି ବୋଲି ସାଧାରଣ ରେ ଦାବୀ ହଉଛି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।