ଦ୍ଵାଦଶାହ ତିଥିରେ ବିଭୁତିଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା -୨/୬ ବିରୂପା ଗେଙ୍ଗୁଟୀ ଦ୍ବୀପାଞ୍ଚଳ ଅନ୍ତର୍ଗତ ସାହାପୁର ପଂଚାୟତ ବାଲିପଡ଼ିଆ ଠାରେ ବର୍ଷିଆନ ସମାଜସେବୀ,ସାହିତ୍ୟ ସଂସ୍କୃତିପ୍ରେମୀ, ଧର୍ମପ୍ରାଣ ବିଭୁତି ଭୂଷଣ ମହାନ୍ତିଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଲିପଡିଆରେ ପହଂଚି ଦିବଂଗତ ପୁରୁଷ ବିଭୁତି ଭୂଷଣଙ୍କ ଗୁଣ କୀର୍ତ୍ତନ କରିଥିଲେ l ଜ୍ଞାନେନ୍ଦ୍ର ମହାନ୍ତି, କାମିନୀକାନ୍ତ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସମରେନ୍ଦ୍ର ମହାନ୍ତି, ବନବିହାରୀ ମହାନ୍ତି, ଅଖିଳେଶ ମହାନ୍ତି, ଶାରଦା ମହାନ୍ତି, ପ୍ରକାଶ ମହାନ୍ତି, ଅକ୍ଷୟ କୁମାର ପାଣି,ବାବୁଲି ମହାନ୍ତି, ସରୋଜ ପରିଡା,ସୁନୀଲ ମହାନ୍ତି, ସାର୍ଥକ ମହାନ୍ତି, ସନ୍ତୋଷ ମହାନ୍ତି,ଅଶୋକ ମହାନ୍ତି, ଶକ୍ତି ମହାନ୍ତି, ଦୀପକ ମହାନ୍ତି,ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ବିଭୁତି ଭୂଷଣ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡିତ ଥିଲେ l ସେବା ମନୋଭାବ ଓ ପରୋପକାରୀ ଚିନ୍ତାଧାରା ପାଇଁ ସେ ସ୍ଥାନୀୟ ଅଂଚଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ l