ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ କନଷ୍ଟେବଳ ସହିଦ

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,ମଧ୍ୟାହ୍ନ ପ୍ରାୟ ୧୨:୩୫ ସମୟରେ ଅନନ୍ତନାଗ ପୁଲିସ ଷ୍ଟେସନ ଅଧୀନସ୍ଥ ଲାଲ ଚୌକର କୋଟୱାଲ ଗଲି ଅଞ୍ଚଳରେ କିଛି ଅଜ୍ଞାତ ଆତଙ୍କବାଦୀ ଏକ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲେ।ଏଥିରେ ଆଇଆରର ତୃତୀୟ ବାଟାଲିୟନର ହେଡ୍ କନଷ୍ଟେବଳ ଆଶିକ୍ ହୁସେନ କୁରେଶୀଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅପରେସନ୍ ଆରମ୍ଭ କରିଛନ୍ତି।ଅପରପକ୍ଷେ ଅନନ୍ତନାଗ ସହରରେ ବିପୁଳ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ଅମରନାଥ ଯାତ୍ରାକୁ ମଧ୍ୟ ଖରାପ ପାଗ କାରଣରୁ ୪ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ।କ୍ରମଣ ପଛରେ ଲଶ୍କର-ଏ-ତୋଏବାର ଛାମୁଆ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି । ଏନେଇ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।