ଅନୁସୂଚିତ ଜନ ଜାତି ସମାବେଶ ଓ ମିଶ୍ରଣ ପର୍ବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*.
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ତରଫରୁ ଆଜି ବିଶ୍ୱନାଥପୁର ମଣ୍ଡଳ ଅନ୍ତର୍ଗତ ବଡ଼ବାନିଗାଁ ଠାରେ ଅନୁସୂଚିତ ଜନ ଜାତି ସମାବେଶ କାର୍ଯ୍ୟକ୍ରମ ଜିଲ୍ଲା ଏସ. ଟି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଶହେ ରୁ ଅଧୀକ କର୍ମୀ ବିଭିନ୍ନ ଦଳ ଛାଡି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ କାର୍ଯକଳାପ ଉପରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇ ଥିଲେ । ଏବଂ ଏକ ପ୍ରକାରର ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି ର ଭାଇସ ଚ୍ୟାରମ୍ୟାନ ରୀନା ଭୋଇ, କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି, ମଣ୍ଡଳ ସହ ପ୍ରଭାରୀ ସୁବାଷ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଭାଗିରଥି ଧଙ୍ଗଡ଼ାମାଝୀ, ଲାଞ୍ଜିଗଡ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଖୁସିରାମ ଗଉଡ଼, ଲାଞ୍ଜିଗଡ ମଣ୍ଡଳ ପୂର୍ବତନ ସଭାପତି ନିରଞ୍ଜନ ବିଭାର, ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ, ଲାଞ୍ଜିଗଡ ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ ସାହୁ, ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତା ତଥା ସମାଜସେବୀ ହରିଶଙ୍କର ପାତ୍ର, ରାଜ୍ୟ କାଉନସିଲର ମେମ୍ବର ସୁରେଶ ଭୋଇ, ଜିଲ୍ଲା ଏସ. ଟି ମୋର୍ଚ୍ଚା ଉପ ସଭାପତି ସୁକୃ ମାଝୀ, ଜିଲ୍ଲା ଏସ. ଟି ମୋର୍ଚ୍ଚା ଉପ ସଭାପତି ଫୁଲମେ ମାଝୀ, ବଡ଼ବାନୀ ଗାଁ ଗୌତିଆ ସାଦବ ମାଝୀ ଏବଂ ଜିଲ୍ଲା ଏସ. ଟି ମୋର୍ଚ୍ଚା ମେମ୍ବର ଭାସ୍କର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ଗାଁ କୁ ଗାଁ ବୁଲି ବୃକ୍ଷ ରୋପଣ ପରି ମହାନ କାର୍ଯ୍ୟ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ମଧ୍ୟ କରାଯାଇ ଥିଲା । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।