ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ପ୍ରଥମ ସେମି ଫାଇନାଲରେ ଗଣିଆକୁ ହରାଇ ଢୋଲମରା ଫାଇନାଲରେ

ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତହ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ଏମ୍ ସି ଏ ଗଣିଆ ବନାମ ଡି ସି ଏ ଢୋଲମରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗଣିଆ ଟିମ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ଢୋଲମରା ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୬୧ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ଗଣିଆ ନିର୍ଦ୍ଧାରିତ ୧୪.୨ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ କରି ୪୯ ରନ୍ ରେ ପରାସ୍ତ ହୋଇଥିଲା ।

ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୂର୍ତ୍ତିଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଛାମୁଣ୍ଡିଆ ବନପାଳ ପ୍ରଶାନ୍ତ ଗୁରୁ ଯୋଗ ଦେଇଥିଲେ । ଫ୍ରେଣ୍ଡସିପ କ୍ରିକେଟ କ୍ଲବର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ଢୋଲମରା ଟିମର କୃଷ୍ଣ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ସରୋଜ କୁମାର ରଣା ଓ ସିଲୁ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଆଙ୍କୋରିଂ ଏମିତି ରୋଶନ ଏବଂ ଡ଼ାନ୍ସିଂ ଅମ୍ପାୟାର ବବୁଲ ନିଜର ନୃତ୍ୟ ଓ କମେଡି ମାଧ୍ୟମରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ। ଦ୍ୱିତୀୟ ସେମିଫାଇନାଲ ସାଗର ଇଲେଭେନ ବନାମ ଆର ଡି ସି ସି ରାଜିଙ୍ଗି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ସାଗର ଇଲେଭେନ୍ ଟଚ୍ ଜିତି ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା। ରାଜିଙ୍ଗି ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ୱିକେଟ ହରାଇ ୧୨୮ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ସାଗର ଇଲେଭେନ୍ ମ୍ୟାଚ୍ ଆରମ୍ଭରୁ ବର୍ଷା ଲାଗି ରହିଥିଲା ଫ୍ରେଣ୍ଡସିପ କ୍ରିକେଟ କ୍ଲବ କମିଟି ନିଷ୍ପତି ପରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ କୁ ସ୍ଥଗିତ କରା ଯାଇଥିଲା ।

ଆଇ ସି ସି ଆଇନି ଅନୁଯାୟୀ ଆସନ୍ତା କାଲି ରିଜର୍ଭ ଡେ ମ୍ୟାଚ୍ ଖେଳା ଯିବ। ଯେଉଁ ଟିମ୍ ବିଜୟୀ ହେବ ଢୋଲମରା ଟିମ୍ ସହିତ ଫାଇନାଲ ଖେଳିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ରେ ଆଡଭାନ୍ସ ଟ୍ୟୁଟୋରିଆଲର ପ୍ରତିଷ୍ଠାତା ତଥା ପ୍ରଗତିବାଦି ଗଣିଆ ବ୍ଲକ୍ ପ୍ରତିନିଧି ବିଶ୍ୱରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ବଡ଼ମୂଳ ସେକ୍ସନ ର ବନରକ୍ଷୀ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ମାଳିସାହି ସେକ୍ସନ ର ବନରକ୍ଷୀ ଶ୍ରୀତମ ସେନାପତି ଯୋଗ ଦେଇଥିଲେ।ଆସନ୍ତା ଜୁନ୍ ୧୪ତାରିଖ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଏଫ୍ ସି ସି କମିଟି ସୂଚନା ଦେଇଛନ୍ତି।