ଭୟଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଆଜି ବର୍ଷେ ପୂରଣ
୧୨ ଜୁନ୍ ୨୦୨୫ । ଆଜକୁ ବର୍ଷେ ତଳେ ପୁରା ଭାରତର ଛାତି ଥରି ଉଠିଥିଲା । ମନରେ କୋହ ଭରି ଯାଇଥିଲା । କାରଣ ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ । ଉଡ଼ାଣ ଭରିବାର ୩୨ ସେକେଣ୍ଡରେ ହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଶୁଣାଯାଏ, ଗୋଟିଏ ଛାତିଥରା ଭଏସ୍ । ମେ ଡେ, ମେ ଡେ, ମେ ଡେ… । ଆଉ ତା ପରେ ସବୁ ଶେଷ । ମାତ୍ର କେଇଟା ସେକେଣ୍ଡରେ ସମାଧି ପାଲଟିଯାଇଥିଲା ୨୬୦ ଜଣ ମଣିଷଙ୍କ ସ୍ବପ୍ନ । ହେଲେ ଆଜି ବି କାନ୍ଦୁଛନ୍ତି ପରିବାର । ଏବେ ବି ମନରେ ଅନେକ ପ୍ରଶ୍ନ କିପରି ଘଟିଲା ଏହି ଭୟଙ୍କର ବିମାନ ଦୁର୍ଘଟଣା । ଆଜିକୁ ବର୍ଷେ ବିତିଛି ସତ, କିନ୍ତୁ ସେହି ଦୁର୍ଘଟଣାର ଦୃଶ୍ୟ, ଉଦ୍ଧାରକାରୀଙ୍କ ସଂଘର୍ଷ ଏବଂ ପ୍ରିୟଜନଙ୍କୁ ହରାଇଥିବା ପରିବାରର କୋହ ଆଜି ସମସ୍ତଙ୍କ ହୃଦୟରେ ଏକ ଅଲିଭା ଦାଗ ହୋଇ ରହିଛି । ଦୁର୍ଘଟଣାରେ କାହାର ତ୍ରୁଟି ଥିଲା । ପାଇଲଟଙ୍କର ତ୍ରୁଟି ନା ବିମାନର ଯାନ୍ତ୍ରିକ ସମସ୍ୟାରୁ ଘଟିଲା ଅଘଟଣ ? ଆମେରିକାରେ ଦୁର୍ଘଟଣାଗ୍ରସ୍ତ ଇଞ୍ଜିନର ଏଯାଏଁ ବିଶ୍ଲେଷଣ ହୋଇପାରିନି | ନିୟମ ଅନୁଯାୟୀ, ଦୁର୍ଘଟଣାର ଗୋଟିଏ ବର୍ଷ ମଧ୍ୟରେ ରିପୋର୍ଟ ପ୍ରକାଶ ପାଇବା କଥା