ଜାତୀୟ ଶିଶୁ ଚାଳନ ଓ ଶିଶୁ ଶ୍ରମିକ ନିରାକରଣ ସଚେତନ

ଆଦ୍ୟତା 12 ଜୁନ 2026 ଶୁକ୍ରବାର ଦିନ ଜାତୀୟ ଶିଶୁ ଚାଳନ ଓ ଶିଶୁ ଶ୍ରମିକ ନିରାକରଣ ସଚେତନ କାର୍ଯକ୍ରମ ଆୟୋଜନ ହେଇଥିଲା।ଢେ଼ଙ୍କାନାଳ ଜିଲ୍ଲାର, ଜିଲ୍ଲା ପ୍ରଶାସନ ଅଫିସ ଆଗରେ ଏକ ଶୋଭା ଯାତ୍ରା ଆରମ୍ଭ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ, ଏଡିଷ୍ଟିନାଲ ଡିଷ୍ଟ୍ଟିକ ମାଜିଷ୍ଟ୍ରେଟ, ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ,ବିଶ୍ଵ ୟୁବ କେନ୍ଦ୍ର,ଜିଲ୍ଲା ସୋସିଆଲ ସୁରକ୍ଷା ଅଧିକାରୀ, ଜିଲ୍ଲା ରୋଜଗାର ଅଧିକାରୀ,ଚିଲଡ ହେଲ୍ପ ଲାଇନ,ୟୁନିସେଫଫ,ଏକଜୁଟ,ଆଭା ସମସ୍ତେ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲା। ପ୍ରଥମେତ ଜାତୀୟ ଶିଶୁ ଚାଳନ ଓ ଶିଶୁ ଶ୍ରମିକ ନିରାକରଣ ସଚେତନ ରଥ ଟି କୁ ଜିଲ୍ଲା ପ୍ରଶାସନ ଅଫିସ ଆଗରେ ଉଦଘାଟିତ କରାଗଲା ଓ ଢେ଼ଙ୍କାନାଳ ସହର ସାରା ଉକ୍ତ ରଥ ଟି ବୁଲିଲା। “ଶିଶୁ ଶ୍ରମିକ ଶିଶୁ ଚାଳନ ବନ୍ଦ କର”। ଏହି ସ୍ଲୋଗାନ ସହ ଶିଶୁ ମାନଙ୍କ ଉପରେ ହେଉଥିବାଶିଶୁ ଶ୍ରମ ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତକୁ ବାଧା ଦେଇଥାଏ।
ପ୍ରତ୍ୟେକ ଶିଶୁଙ୍କର ଶିକ୍ଷା ଓ ସୁରକ୍ଷା ପାଇବାର ଅଧିକାର ଅଛି।
ଶିଶୁମାନଙ୍କୁ କାମରେ ନିୟୋଜିତ କରିବା ଆଇନତଃ ଦଣ୍ଡନୀୟ ଅପରାଧ।ଏହି ପରି କାର୍ଯ୍ୟ କରାଉଥିବା ବ୍ୟକ୍ତି ଙ୍କୁ 50 ହଜାର ଜୋରିମାନା 2 ବର୍ଷ ଯାଏଁ ଜେଲ ଦଣ୍ଡ କରାଯିବାର ବ୍ୟବସ୍ଥା ରହିଛି
ଶିଶୁ ଶ୍ରମ ଦେଖିଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଅନ୍ତୁ। ମିଥ୍ୟା ଚାକିରି, ଶିକ୍ଷା କିମ୍ବା ଭଲ ଜୀବନର ପ୍ରଲୋଭନ ଦେଇ ଶିଶୁମାନଙ୍କୁ ପାଚାର କରାଯାଏ।
ଅଜଣା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଶିଶୁମାନଙ୍କୁ ବାହାରକୁ ପଠାନ୍ତୁ ନାହିଁ।
ଶିଶୁମାନଙ୍କ ସୁରକ୍ଷା ପ୍ରତି ପରିବାର ଓ ସମାଜ ସଚେତନ ରହିବା ଆବଶ୍ୟକ।
କୌଣସି ସନ୍ଦେହଜନକ ଘଟଣା ଦେଖିଲେ 1098,112ତୁରନ୍ତ ସୂଚନା ଦିଅନ୍ତୁ। ସହର ସାରା ରାଲି କରାଗଲା ଏହି ରାଲି ରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଯୋଗ ଦେଇ କାର୍ଯକ୍ରମ ଟି କୁ ଆଗକୁ ନେଇଥିଲେ। ସମସ୍ତ ଙ୍କ ଗୋଟିଏ ସ୍ଲୋଗାନ, ଶିଶୁ ଚାଳନ ଓ ଶିଶୁ ଶ୍ରମିକ ବନ୍ଦ କର କର। ସହର ସାରା ବୁଲି ଲୋକ ମାନଙ୍କୁ ସଚେତନ କରାଗଲା।