ବାୟୁସେନାର AN-32 ବିମାନ କ୍ରାସ୍, ୫ ମୃତ, ଯାଞ୍ଚ ପାଇଁ ନିର୍ଦ୍ଦେଶ
ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।ଅଘଟଣରେ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ବାୟୁସେନା । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଦୁର୍ଘଟଣାକୁ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତମାତର ସେବା କରି ବଳିଦାନ ନେଇଛନ୍ତି ବାୟୁସେନା ଅଧିକାରୀ । ଶହୀଦ ୫ ଯୋଦ୍ଧା ହେଲେ ସ୍କ୍ୱାଡନ ଲିଡର ପ୍ରଶାନ୍ତ ସିଂହ, ପ୍ଲାଇଟ୍ ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀରଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀରଭାୟୁ ଦାନିଶ ଆଲମ । ସେମାନଙ୍କ ସାହସ ଏବଂ ଦେଶ ପ୍ରତି ସେବାକୁ ସର୍ବଦା ଗର୍ବ ଏବଂ କୃତଜ୍ଞତାର ସହିତ ମନେ ରଖାଯିବ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଏହି ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିବା ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।