ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ। ମୃତ୍ୟୁର ରହସ୍ୟ – ଶରୀରରେ କେବଳ ଗାମୁଛା, ପାଖରେ ସାଇକେଲ-ଚପଲ
ପୁରୀ:-13/09/2026 ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଏକ ସାଂଘାତିକ ଖବର ସାମ୍ନାକୁ ଆସୁଛି ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତା ଉକୁଳେଇ ଛକ ଜେନା ବିଲଡିଂ ସାମ୍ନାରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ। କାରଣ ବ୍ୟକ୍ତି ଜଣକ ଶରୀରରେ କେବଳ ଗୋଟିଏ ଗାମୁଛା ବ୍ୟତୀତ ଆଉ କିଛି ପିନ୍ଧି ନଥିଲେ। ତାଙ୍କ ନିକଟରେ ଗୋଟିଏ ସାଇକେଲ ଓ ଗୋଟିଏ ଚପଲ ପଡିଥିଲା।ଏହା ଏକ ସାଧାରଣ ସଡକ ଦୁର୍ଘଟଣା ନା ଏହା ପଛରେ ଅଛି କିଛି ବଡ ରହସ୍ୟ? କେବଳ ଗାମୁଛା ପିନ୍ଧି ଏତେ ସକାଳୁ ସେ କୁଆଡେ ଯାଉଥିଲେ? ନିଶା ସେବନ କରି ପଡି ଯାଇଥିଲେ ନା କେହି ମାରି ଫିଙ୍ଗି ଦେଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ।ଖବର ପାଇ ଅସ୍ତରଙ୍ଗ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।କିନ୍ତୁ କାହିଁକି ଶୂନଶାନ ରାସ୍ତାରେ ଜେନା ବିଲିଂଡ଼ ରେ କାହିଁକି ମୃତ ଦେହ ଆସିଲା ସନ୍ଦେହ ସୃଷ୍ଟି ।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ