ଆଜି ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଓ ବିଜେଡି ସୁପ୍ରିମୋ ନବୀନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ଏହା ଉଦ୍‌ଯାପିତ ହେବ । ଅନ୍ୟପଟେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବେ । ବ୍ୟକ୍ତିଗତ କାମରେ ସେ ୭ ଦିନ ପାଇଁ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ଆଜି ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ନବୀନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ୭ ଦିନିଆ ଗସ୍ତ ଶେଷ କରି ସେ ପୁଣି ଓଡ଼ିଶା ଫେରିବେ ।